ଭୁବନେଶ୍ବର:ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ଏବଂ ଛାଡ଼ି ଅଲଗା ହୋଇ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ସର୍ତ୍ତ ହେଉଛି ଦୋକାନର କର୍ମଚାରୀ ସଂଖ୍ୟା ୫୦% କମ୍ ରହିବ। ଗ୍ରାମାଞ୍ଚଳର ସପିଂ ମଲ୍କୁ ଛାଡ଼ି ଅନ୍ୟସବୁ ଦୋକାନ ଖୋଲିବ। ସେହିପରି ସହରାଞ୍ଚଳ ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ ମଦ ବିକ୍ରି ଉପରେ ପୂର୍ବଭଳି କଟକଣା ଜାରି ରହିବ। ହଟ୍ସ୍ପଟ କିମ୍ବା ମଣ୍ଟେନମେଣ୍ଟ ଜୋନ୍ରେ କୌଣସି ଦୋକାନ ଖୋଲିବ ନାହିଁ। ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧିବେ ଓ ଲୌକିକ ଦୂରତା ବଜାୟ ରଖିବେ।ଅନ୍ୟପକ୍ଷରେ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି କଟକ-ଭୁବନେଶ୍ୱର ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
Please await State Government decision on the subject, which will be based on consideration of local situation and requirements. Till there is a decision by the State Government shops, except for those already exempted, will remain closed. https://t.co/p0L4tnhoSA
— Dr Sudhanshu Sarangi (@SarangiSudhansu) April 25, 2020
ସେ କହିଛନ୍ତି, ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବ ନା ନାହିଁ, ନିଷ୍ପତ୍ତି ହେବ। ତେବେ ଯେପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସେପର୍ଯ୍ୟନ୍ତ ପୂର୍ବ ନିୟମ ବଳବତ୍ତର ରହିବ।