ହିତାଧିକାରୀଙ୍କୁ କେବଳ ସରକାରୀ ଅଧିକାରୀ ଅର୍ଥ ବଣ୍ଟନ କରନ୍ତୁ : ଯାଜପୁର ଜିଲ୍ଲାପାଳ

1406 0

ଭୁବନେଶ୍ୱର: ତା ୧୫/୪ : କରୋନା ମୁକାବିଲା ସହ ବିଭିନ୍ନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଅଧିନରେ ଚାଉଳ, ଦୁସ୍ଥ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ, ନିର୍ମାଣଶ୍ରମିକ ମାନଙ୍କୁ ଯଥାକ୍ରମେ ଏକହଜାର ଓ ଏକହଜାର ପାଂଚଶହ ଟଙ୍କାର ନଗଦ ଅର୍ଥପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ସଂପୃକ୍ତ ହିତାଧିକାରୀ ମାନଙ୍କୁ କେବଳ ସରକାରୀ ଅଧିକାରୀ ବା କର୍ମଚାରୀ ହିଁ ଅର୍ଥ ବଣ୍ଟନ କରିବାକୁ ନିର୍ଦ୍ଧେଶ ରହିଛି ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ପୂର୍ବରୁ ସ୍ପଷ୍ଟ କରି ଦେଇଥିଲେ । ଏହା ସତ୍ୱେ କିଛି ଅଧିକାରୀ ଓ କର୍ମଚାରୀ ରାଜନୈତିକ ପୃଷ୍ଟ ପୋଷକତା ହାସଲ କରିବାକୁ, ରାଜନୈତିକ ନେତୃବୃନ୍ଦଙ୍କର ପ୍ରିୟପାତ୍ର ହେବାକୁ ସେମାନଙ୍କ ମାଧ୍ୟମରେ ଏହି ସରକାରୀ ଅର୍ଥ ବଣ୍ଟନ କରୁଥିବାର ଖବର ଜିଲ୍ଲା ପ୍ରଶାସନ ନିକଟରେ ପଂହଚିଛି । ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଯାଜପୁର ଜିଲ୍ଲାପାଳ ଶ୍ରୀ ଦାସ ଏହି କାର୍ଯ୍ୟରେ ଜଡି଼ତ ଯେକୌଣସି ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଯାଜପୁର ପଣସା ପଂଚାୟତର ବିନ୍ଧାଣ ଗ୍ରାମରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବାକୁ ଶିକ୍ଷକ ମହେନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଶ୍ରୀ ଜେନା ଏହି ଅର୍ଥକୁ ଜନୈକ ରାଜନୈତିକ ବ୍ୟକ୍ତିଙ୍କ ହସ୍ତରେ ବଣ୍ଟନ କରୁଥିବାର ଜଣାପଡି଼ବା ପରେ ତୁରନ୍ତ ଶ୍ରୀ ଜେନାଙ୍କୁ ଅର୍ଥ ବଣ୍ଟନ ପ୍ରକ୍ରିୟାରୁ ଅବ୍ୟାହତି ଦିଆଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତାଙ୍କର ପରବର୍ତୀ କାର୍ଯ୍ୟସ୍ଥଳ ସାନ ତ୍ରିଲୋଚନପୁର ଗ୍ରାମ କଣ୍ଟେନମେଣ୍ଟ ଜୋନର ସୁପରଭାଇଜର ହିସାବରେ ଯାଜପୁର ବି.ଡି.ଓ ଧାର୍ଯ୍ୟ କରିଛନ୍ତି । ସେହିପରି ଯାଜପୁର ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ଓ ଯାଜପୁର ଟାଉନ ଯୋଗାଣ ନିରୀକ୍ଷକ କେ. ଆକ୍‌ସ୍ମିକା ରାଉତରାୟଙ୍କୁ ମଧ୍ୟ ଅନୁରୂପ କାର୍ଯ୍ୟକରିଥିବାରୁ ଜିଲ୍ଲାପାଳ ଶ୍ରୀ ଦାସ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅପରପକ୍ଷରେ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଯେପରି ଏହିଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ସତର୍କ କରାଇଦେବା ସହ ଏହାର ଉଂଲଘନ କ୍ଷେତ୍ରରେ ଦୃଢ଼ରୁ ଦୃଢ଼ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଧେଶ ଦେଇଛନ୍ତି ।

Related Post

କେସିଙ୍ଗାର ଟ୍ରାଫିକ ସମସ୍ଯାର ସମାଧାନ ପାଇଁ କେସିଙ୍ଗା ଏନ ଏ ସି କନଫରେନ୍ସ ଗୃହ ଠାରେ ବୈଠକ

Posted by - July 16, 2022 0
ସମସ୍ତ ସହରରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳିଥାଏ। କେସିଙ୍ଗା ସହରରେ ମଧ୍ଯ ଟ୍ରାଫିକ ସମସ୍ଯା ଦିନ କୁ ଦିନ ବଢିବାର ଲାଗିଛି। ଟ୍ରାଫିକ ସମସ୍ଯାର ସମାଧାନ କରିବା…

ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନ। କଲେ ବିଧାୟକ ସରୋଜ ମେହେର

Posted by - May 11, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପାଟଣାଗଡ ଏନ ଏସ ସି ଠାରେ ବିଧାୟକ ସରୋଜ ମେହେର ଏସ ଏସ ଜି ମହିଳା ଗ୍ରୁପ ମାନଙ୍କୁ ଆର.ଡବ୍ଲୁ. ଏସ…

ତେଲେନପାଲି ରେ ସ୍ୱୟଂ ସହାୟକ ଦଳ ଦକ୍ଷତା ବିକାଶ ତାଲିମ ଶିବିର

Posted by - July 28, 2022 0
ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେବଦତ୍ତ କ୍ଲବ ଏବଂ ନାବାର୍ଡ ବଲାଙ୍ଗିର ସହାୟତା ରେ ସ୍ୱୟଂ ସହାୟକ ଗୋଷ୍ଠୀର…

କୁନିନ୍ଦା ଗାଁରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - December 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର କୁନିନ୍ଦା ଗାଁରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…

Leave a comment

Your email address will not be published.