ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଲୋକାର୍ପଣ କରିଛନ୍ତି । ଏହା ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲକୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି।
ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯିବା ସହ କୋଭିଡ୍-୧୯ରେ ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ ଜଣ ଅଭିଜ୍ଞ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୨୦ରୁ ୨୫ଜଣ ଅଭିଜ୍ଞ ଡାକ୍ତର ଓ ୨୮୦ ଜଣ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକ୍ରାନ୍ତ ମାନଙ୍କ ଚିକିତ୍ସା କରାଯିବ । ଗତ୮ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆସି ଏହି କୋଭିଡ୍ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଥିଲେ ।
There are 8,012 comments