କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ

534 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି । ସବ୍ରୁଆଡେ ଶୁନଶାନ,ଖାଁ ଖାଁ ପରିବେଶ । ଯାଜପୁର ଜିଲାର ବ୍ରହ୍ମବରଦା ଅଂଚଳରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନେଇଛି ଜିଲାପ୍ରଶାସନ । ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସହିତ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ଏହି ସଟଡାଉନ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ବଳବତର ରହିବ ।

ଏହି ସଟ ଡାଉନକୁ ସପଂଳ କରିବା ପାଇଁ ଗତକାଲି ରାତିରେ ଯାଜପୁର ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ଯାଜପୁର ସହରରେ ବୁଲି ବୁଲି ସଟ ଡାଉନ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଘରୁ ବାହାରିଲେ ଜବରଦସ୍ତ ୧୪ ଦିନିଆ କ୍ୱାରେନଟାଇନରେ ରହିବାକୁ ବାଧ୍ୟ କରାଯିବ ।

ଏହି ଅବସରରେ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ,ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଘରେ ରହି ନିୟମ ମାନିବାକୁ ପରାମର୍ଶ ଦେଇଥିଲେ ।ସେପଟେ ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲାବାସୀ । ନିଜ ଘରେ ରହି ସମୟ କାଟି ପ୍ରଶାସନର ନିଷ୍ପତି ମାନିଲେ କୋରୋନାକୁ ରୋକି ହେବ ବୋଲି ମତ ଦେଇଛନ୍ତି ।

Related Post

ମାଓ ହମଲାରେ ୩ CRPF ଯବାନ ସହିଦ

Posted by - June 21, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ…

ଉଠିଲା ମହାଦୀପ

Posted by - March 5, 2019 0
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ।…

ଶିକ୍ଷା ଅଧିକାର ଆଇନ ଅନୁସାରେ ନାମଲେଖା ଅନଲାଇନରେ ହେବା ନିଷ୍ପତି ପରେ ଆମରଣ ଅନଶନ ପ୍ରତ୍ୟାହୁତ

Posted by - August 17, 2020 0
ଭୁବନେଶ୍ୱର :ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ ନାଁମ ଲେଖାରେ ଅବହେଳିତ ଶ୍ରେଣୀପାଇଁ 25% ସ୍ଥାନରେ ଅନଲାଇନ ନାମଲେଖା ସହ ଓ ଏସଓପି ଜାରି ଏବଂ…

ମାଡ଼ି ଆସୁଛି ବାତ୍ୟା ପାଥେଇ! ଓଡିଶା କୁ ନାହି ଡର। ଓଡିଶା ର ଛଅ ଟି ଜିଲା ରେ ପ୍ରବଳ ବର୍ଷା ସମ୍ଭାବନା

Posted by - December 15, 2018 0
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ…

ହାତରୁ ଖର୍ଚ୍ଚକରି ସ୍ମାର୍ଟ ସିଟିରେ ହେଲା ରାସ୍ତାକାମ

Posted by - August 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ଅନେକ ଥର ପ୍ରଶାସନ ତଥା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଓ ପ୍ରଶାସନର ମଧୁଚନ୍ଦ୍ରିକା ଖେଳରେ ଜନସାଧାରଣ ହରକତ ଭୋଗୁଛନ୍ତି ।ଏହି ରାସ୍ତାଟି୨…

Leave a comment

Your email address will not be published.