ବରୀ 🙁 ସ୍ନେହାଂଶୁ ଶେଖର ମହାନ୍ତି) ଆଜି ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବିଭିନ କୋରେଣ୍ଟାଇନ୍ କେନ୍ଦ୍ରର କାର୍ଯ୍ୟ ଅଗ୍ରଗତି କିପାରୁ ଭାବେ ହୋଇଛି ତାହା ବୁଲି ଦେଖିଥିଲେ । ଏପରିକି Bainsiria ପଞ୍ଚାୟତ ର ବିଧାନ ଚନ୍ଦ୍ର ଏକାଡେମୀ ରେ ହୋଇଥିବା କୋରେଣ୍ଟାଇନ୍ କେନ୍ଦ୍ର ବୁଲି ଦେଖି ଫେରୁଥିବା ବେଳେ ବରୀ କୁ ଆସିବା ସମୟରେ କିଛି ଯୁବକ ରାସ୍ତାରେ ଆଡ଼ା ଜମାଉଥିବା ଦେଖି ଗାଡିକୁ ଅଟକାଇବା ସହ ମୋଟର ସାଇକେଲ ରୁ ପମ୍ପ ଖୋଲି ଦେଇଥିବା ଦେଖିବାକୁ ମିଳିଥିଲା ।
ପରେ ସାହୁପଡ଼l ଠାରେ ହେଉଥିବା ସାପ୍ତାହିକ ହାଟ ଦେଖିବା ସହ ସମ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ସାହୁପଡl କୋରେଣ୍ଟାଇନ୍କେନ୍ଦ୍ର, ବାଲିଆ କଲେଜ କୋରେଣ୍ଟାଇନ୍କେ ନ୍ଦ୍ର ବୁଲି ଦେଖିବା ପରେ ବାଲିଆ ସ୍ଵସ୍ଥ୍ଯ କେନ୍ଦ୍ର ପରିଦର୍ଶନ କରିଥିଲେ ।ଏହି ଗସ୍ତ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ବରୀ ଭାରପ୍ରାପ୍ତ BDO ଶାଶ୍ୱତ କୁମାର ଜେନା , ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.