ଭିଡ଼ିଓଟି କିଏ କେଉଁଠି ଉଠାଯାଇଛି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ସମ୍ଭବତଃ ଏହା ଖୋର୍ଦ୍ଧା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଏଥିରେ ଦଳୀୟ କର୍ମୀମାନଙ୍କୁ ଭାଷଣ ଦେଇ ଅପରାଜିତା କହୁଛନ୍ତି ଯେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ବିଜେପିରେ ସାମିଲ ହୋଇଛନ୍ତିି। ତାଙ୍କର କୌଣସି ଗୋଷ୍ଠୀ ନାହିଁ। ତେଣୁ ଦଳୀୟ କର୍ମୀମାନେ ଏ ଗୋଷ୍ଠୀ , ସେ ଗୋଷ୍ଠୀ ଛାଡ଼ି ନିଜକୁ କେବଳ ଭାରତୀୟ ଜନତା ପାର୍ଟିର ବୋଲି କହନ୍ତୁ। ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ତାଙ୍କୁ ଜିତାଇବା ଆମର ଧର୍ମ। ଦଳ ପାଇଁ କାର୍ଯ୍ୟ କରନ୍ତୁ ବୋଲିି ଅପରାଜିତା କହିଛନ୍ତି। ଯିଏ ଦଳୀୟ କର୍ମୀଙ୍କୁ ଜିତାଇବା ପାଇଁ ଏକାଠି କାର୍ଯ୍ୟ କରି ପାରୁ ନାହାଁନ୍ତି, ସିଏ ଦଳ ଛାଡ଼ି ଦିଅନ୍ତୁ ବୋଲି ଅପରାଜିତା କହୁଥିବା ଦେଖିବାକୁ ମିଳିଛି।
Facebook Notice for EU!
You need to login to view and post FB Comments!