ଚୋରା ଗଞ୍ଜେଇ ବେପାରୀ କୁ ୧୦ ବର୍ଷ ଜେଲ, ତଥାପି କମୁନାହିଁ ଚୋରା ଚାଲାଣ,ପୁଣି୨ ଗିରଫ

505 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା କୁଆଖିଆରୁ ବସ ଯୋଗେ ଗଂଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରପଂ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ଗିରପଂ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଂଗ ଅଂଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର ।

ଅବକାରି ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ଦୁଇ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଥିଲା । ତେବେ ଗଂଜେଇ କେଉଁ ଅଂଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି;ଅପର ପକ୍ଷରେ ଗଂଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ ।

ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ ସୁରେନ୍ଦ୍ର ସାହୁଙ୍କ ଘରୁ ୫୫ କେଜି ଗଂଜେଇ ଜବତ କରିଥିଲେ । ଏହି ଘଟଣାର ବିଚାର କରି ୪ ଜଣ ସାକ୍ଷ୍ୟଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଆଜି ଜିଲା ଦୌରାଜଜ ଉଭୟଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।

Related Post

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଆସାମୀ କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ

Posted by - December 20, 2019 0
କେନ୍ଦୁଝର:ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝରA.D.J ଲୋକ ନାଥ ସାହୁ ଅଭିଯୁକ୍ତ ସୁନିଲ୍ ନାଏକ କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ…

ବନ୍ଧାହେଲେ ନକଲି ସାମ୍ବାଦିକ !

Posted by - August 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ସାମ୍ବାଦିକ ନାଁରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ୱେବ ଚ୍ୟାନେଲ।ସୂଚନା ମୁତାବକ ଚ୍ୟାନେଲର ସମ୍ପାଦକ ରଘୁନାଥ ସାହୁ ଓ ସାମ୍ବାଦିକ ପ୍ରିୟମ୍ବଦା ନାୟକ ଓ ତାଙ୍କର…

ଚୋରା ମଦ ବିକ୍ରି କୁ ନେଇ ଗ୍ରାମରେ ଉତେଜନା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

Posted by - June 6, 2021 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଇଷାଣପୁର ପଞ୍ଚାୟତ ର ଇଷାଣପୁର ଗ୍ରମରେ ଦୀର୍ଘ ଦିନ ହେଵ ଜୈନିକ ଦୁଇଭାଇ ଗତ କିଛିଦିନ ହେବ ଚୋରାମଦ…

Leave a comment

Your email address will not be published.