ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଂଚାୟତକୁ ପ୍ରକୃତ କ୍ଷମତା ଦେବାକୁ କହି ଏବେ ସରପଂଚଙ୍କ କ୍ଷମତାକୁ ସଂକୁଚିତ କରୁଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିବାଦ କରି ଯାଜପୁର ତ୍ରିଲୋଚନେଶ୍ୱର ମନ୍ଦୀର ପରିସରରେ ଏକାଠି ହୋଇଛନ୍ତି ଜିଲାର ସମସ୍ତ ସରପଂଚ । ନିକଟରେ ରାଜ୍ୟ ସରକାରଙ୍କ ଚତୁର୍ଥ ଓ କେନ୍ଦ୍ରସରକାରଙ୍କ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ଅନୁଦାନ ଖର୍ଚ୍ଚ ନେଇ ବିଡିଓ ଙ୍କ ଅନୁମତି ଆବଶ୍ୟକ ବୋଲି ନିୟମ ହୋଇଛି ।
ଯାହା ପଂଳରେ ସରପଂଚ ମାନଙ୍କ କ୍ଷମତାକୁ ଚପାଇଦେବାକୁ ଉଦ୍ୟମ ହେଉଛି ବୋଲି ସରପଂଚ ମାନେ ଅଭିଯୋଗ କରିଛନ୍ତି । ଏହି ସରପଂଚ ସମ୍ମିଳନୀରେ ଜିଲାର ୧୦ଟି ବ୍ଲକ ର ସରପଂଚ ମାନେ ଏକତ୍ରିତ ହୋଇ ସରକାରଙ୍କ ଏପରି ନିଷ୍ପତିକୁ ଘୋର ବିରୋଧ କରିଛନ୍ତି । ଯଦି ତୁରନ୍ତ ଏପରି ନିୟମକୁ ପ୍ରତ୍ୟାହାର
କରାନଯାଏ ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।