Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ଶରୀରରେ ପ୍ରୋଟିନ୍‌ ମାତ୍ରା କମିଲେ ଦେଖାଦିଏ ଏହି ସମସ୍ୟା

1160 0

ଶରୀର ପାଇଁ ପ୍ରୋଟିନ୍‌ ଅତ୍ୟନ୍ତ ଆବଶ୍ୟକ। ହର୍‌ମୋନ୍‌ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍‌ର ମାତ୍ରା କମିଯାଏ ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଯାହାର ପ୍ରଭାବ ଶରୀରର ଅଙ୍ଗପ୍ରତ୍ୟଙ୍ଗ  ଉପରେ ପଡ଼ିଥାଏ। ଯଦି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଠିକ୍‌ ଭାବରେ ନ ହୁଏ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ତେବେ ଜାଣନ୍ତୁ ଶରୀରରେ ପ୍ରୋଟିନ୍‌ ମାତ୍ରା କମିବା ଫଳରେ କ’ଣ କ’ଣ ସମସ୍ୟା ସବୁ ଦେଖା ଦେଇଥାଏ…

ଏଡିମା: ଯଦି ଶରୀରର କୌଣସି ଅଙ୍ଗ ଅନ୍ୟ ଅଙ୍ଗ ତୁଳନାରେ ଧୀରେ ଧୀରେ ବୃଦ୍ଧି ପାଇବା ସହ ଏହା ଫୁଲି ଯାଉଛି ବା ମୋଟା ଦିଶୁଛି ଏହାକୁ ଏଡିମା କୁହାଯାଏ। ଶରୀରରେ ପ୍ରୋଟିନ୍‌ ମାତ୍ରା କମ୍‌ ହେବା ଯୋଗୁ ଏହା ହୋଇଥାଏ। ତେବେ ଏହାକୁ ଅଣଦେଖା ନ କରି ତୁରନ୍ତ ଶରୀରରେ ପ୍ରୋଟିନ୍‌ ମାତ୍ରା କେତେ ରହିଛି ଯାଞ୍ଚ କରନ୍ତୁ।

ଆନେମିଆ: ଆନେମିଆ ହେଲେ ଶରୀରରେ ଲାଲ୍‌ ରକ୍ତ କଣିକାର ଉତ୍ପାଦନ ହ୍ରାସ ହୋଇଥାଏ। ଯେତେବେଳେ ଶରୀରରେ ପ୍ରୋଟିନ୍‌ ମାତ୍ରା କମ୍‌ ହୋଇଯାଏ, ଆନେମିଆର ବିପଦ ବୃଦ୍ଧି ପାଇଥାଏ। ଖାଲି ଏତିକି ନୁହେଁ ପ୍ରୋଟିନ୍‌ର ମାତ୍ରା କମ୍‌ ହେବାଫଳରେ ଭିଟାମିନ୍‌ ବି-୧୨ ଓ ଫୋଲେଟ୍‌ର ମାତ୍ରା ମଧ୍ୟ କମ୍‌ ହୋଇଯାଇଥାଏ। ଫଳରେ ରକ୍ତଚାପ ମଧ୍ୟ କମ୍‌ ହୋଇଯାଇଥାଏ। ଆଉ ଧୀରେ ଧୀରେ ଦୁର୍ବଳ ଲାଗିଥାଏ।ଚୁଟି ଝଡ଼ିବା: ଚୁଟି ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ଏହା ଚୁଟିକୁ ଲମ୍ବା ଓ ମଜଭୁତ୍‌ କରିଥାଏ। ଶରୀରରେ ପ୍ରୋଟିନ୍‌ କମ୍‌ ହେବା ଫଳରେ ଚୁଟି କମ୍‌ଜୋର ହେବା ସହ ଝଡ଼ିବା ଆରମ୍ଭ ହୋଇଥାଏ।

ବିଳମ୍ବରେ କ୍ଷତ ଶୁଖିବା: ଯଦି ଆପଣଙ୍କୁ ଶରୀରରେ କୌଣସି ପ୍ରକାରର ଆଘାତ ଲାଗି କ୍ଷତ ସୃଷ୍ଟି ହୋଇଛି ଓ ସାଙ୍ଗେ ସାଙ୍ଗେ ଏହା ଭଲ ହେଉନାହିଁ, ତେବେ ଜାଣି ରଖନ୍ତୁ ଯେ ଏହାର କାରଣ ହେଲା ଆପଣଙ୍କ ଶରୀରରେ ପ୍ରୋଟିନ୍‌ର ମାତ୍ରା କମ୍‌ ରହିଛି। ଫଳରେ କ୍ଷତ ଶୁଖିବାରେ ବିଳମ୍ବ ହେଉଛି।

ସବୁ ବେଳେ ଥଣ୍ଡା ଲାଗିଥାଏ: ପ୍ରୋଟିନ୍‌ ଅଭାବରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ସଂକ୍ରମଣ ସମସ୍ୟା ବଢ଼ିଯାଏ। ତେଣୁ ଥଣ୍ଡା, କାଶ ଭଳି ସଂକ୍ରାମକ ରୋଗରେ ଶରୀର ସବୁବେଳେ ଆକ୍ରାନ୍ତ ହୁଏ।ବାରମ୍ବାର ଭୋକ ଲାଗିବା: ଶରୀରରେ ପ୍ରୋଟିନ୍‌ ମାତ୍ରା କମିଗଲେ ବାରମ୍ବାର ଭୋକ ଲାଗିଥାଏ।

ଶରୀରରେ ପ୍ରୋଟିନ୍‌ କମ୍‌ ହେବାଫଳରେ ମାଂସପେଶୀ ଓ ହାଡ଼ ଉଭୟ ପ୍ରଭାବିତ ହୋଇଥାଏ। ମଜଭୁତ୍‌ ହାଡ଼ ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଯେଉଁମାନେ ହାଇ ପ୍ରୋଟିନ୍‌ ଡାଏଟ୍‌ରେ ରହିଥାନ୍ତି ସେମାନଙ୍କୁ ଫ୍ରାକ୍‌ଚର୍‌ ବା ହାଡ଼ ଭାଙ୍ଗିବା ଆଶଙ୍କା ୬୯ ପ୍ରତିଶତ କମ୍‌ ହୋଇଥାଏ।

ମାଂସ ଓ ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି। ହେଲେ ଶାକାହାରୀ ଲୋକଙ୍କ ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ଗଜା ଜାତୀୟ ଖାଦ୍ୟ। ଆମିଷ ଯୁକ୍ତ ଖାଦ୍ୟଠାରୁ ଗଜା ଜାତୀୟ ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍ ରହିଛି। ମୁଗ ବା ବୁଟ ଗଜା ହେଲେ ସେଥିରେ ଉପାଦେୟ ତତ୍ତ୍ୱର ମାତ୍ରା ବଢ଼ିଯାଏ।

ଜିମ୍ ଯାଉଥିବା ବ୍ୟକ୍ତିଙ୍କୁ ବା ଶାରୀରିକ ପରିଶ୍ରମ କରୁଥିବା ଳୋକଙ୍କୁ ପ୍ରଚୁର ମାତ୍ରାରେ କ୍ଷୀର, ଅଣ୍ଡା, ମାଂସ କିମ୍ୱା ମାଛ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ତେବେ ଏହି ଖାଦ୍ୟ ସ୍ଥାନରେ ଆପଣ ଗଜା ଜାତୀୟ ଖାଦ୍ୟ ଖାଇ ପାରିବେ। ଏହା ଶରୀରକୁ ପ୍ରୋଟିନ୍‌ ଦେବା ସହ ମାଂସପେଶୀକୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଶରୀରରେ ପ୍ରୋଟିନ୍‌ ପରିମାଣ ବଢ଼ାଇବା ପାଇଁ ଦୁଗ୍ଧ ଜାତୀୟ ଖାଦ୍ୟ, ଅଣ୍ଡା, ସିମ୍ବ, ପାଳଙ୍ଗ, ମଟର ଛୁଇଁ ,କଦଳୀ ଭଳି ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖଆନ୍ତୁ।

Related Post

ମନମୁଣ୍ଡା ଥାନାରେ ସ୍ବେଚ୍ଛା ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗ୍ରହ

Posted by - November 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ରେ ଏକ ସ୍ଵଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ପୋଲିସ ସୌଯ୍ୟନ୍ୟତା ରେ ଓ ମନମୁଣ୍ଡା ଥାନା ର…

ଜିଲ୍ଲା ପ୍ରେସକ୍ଳବ ବୌଦ୍ଧ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର

Posted by - August 27, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରରେ ଜିଲ୍ଲା ପ୍ରେସ କ୍ଳବ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡିଶା ରକ୍ତ…

କଳାହାଣ୍ଡି ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ ସଂଗଠନ ପରିବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର

Posted by - November 1, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ କଳାହାଣ୍ଡି ସଂଗଠନ ପରିବାର ତରଫରୁ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାନନ୍ଦ ଙ୍କ ନେତୃତ୍ବରେ…

ଆସିମ୍ଟୋମେଟିକ କରୋନା ଭାଇରସ୍: ଏହା କ’ଣ ଏବଂ କିପରି ଚିହ୍ନଟ ହୋଇପାରିବ

Posted by - May 10, 2020 41
  ୧॰ ଆସିମ୍ଟୋମେଟିକ କରୋନାଭାଇରସ୍: ଏହା କ’ଣ ଏବଂ ଯଦି ଏହାକୁ କିପରି ଚିହ୍ନଟ କରାଯାଇପାରିବ | କଡା ଲକଡାଉନ୍ ଏବଂ ସାମାଜିକ ଦୂରତା ପଦକ୍ଷେପ ସହିତ…

ଅନୁଗୁଳରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ )ଆଜି ଅନୁଗୋଳରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଶୋରନଗର ବ୍ଳକ୍ ଅଂଚଳର ୨ ଜଣ ପୁରୁଷ ଓ ଜଣେ ମହିଳା…

Leave a comment

Your email address will not be published.