ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସନ୍ଥନ ମଠ ନିକଟରେ ଥିବା ରବୀନ୍ଦ୍ରନାଥ ଔଷଧ ଦୋକାନରେ ଏକ ଲୋକର ମୃତ୍ୟୁ ଅଭିଯୋଗ ହୋଇଛି । ସୂଚନା ମୁତାବକ ସ୍ଥାନୀୟ ଅଟିରା ପଂଚାୟତ ମହମଦ ପୁର ଗ୍ରାମର କୈଳାଶ ମାଲିକ (65) ଆଜି ସକାଳେ ସେହି ଦୋକାନରୁ ଔଷଧ ଓ ଇଂଜେକ୍ସନ କିଣିଥିଲେ ଓ ସେଠାରେ ଏକ ଇଂଜେକ୍ସନ ନେବାପରେ ଗୁରୁତଅସୁସ୍ଥ ହୋଇପଡିବାରୁ ଘଟଣା ସ୍ଥଳରୁ ତାଙ୍କୁ ସ୍ଥାନୀୟ ବରି ଗୋଷ୍ଠୀସ୍ୱାସ୍ଥ କେନ୍ଦକୁ ନେବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ମୃତ କୈଳାଶ ଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଭୁଲ ଇଂଜେସନ ଦେଇ ମରିଦେଇଥିବା ଅଭିଯୋଗ କରିଛନ୍ତି । ସ୍ଥାନିୟ ଲୋକ ଓ ତାଙ୍କ ପରିବାର ଲୋକମାନେ ମିଶି ବରୀ -ବରୁହା ରାସ୍ତାର ସନ୍ଥନ ଛକଠାରେ କ୍ଷିତପୂରଣ ପାଇଁ ରାସ୍ତା ରୋକକରିଛନ୍ତି ।
ଏହି ଘଟଣାରେ ଛାନିଆ ହୋଇ କିଛି ଔଷଧ ଦୋକାନୀ ତାଙ୍କ ପାଖରେ ଥିବା ନକଲି ଔଷଧକୁ ଅତି ତରବରିଆ ଭାବରେ ପୋଡି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଏପରିକି ବରୀ ଓ ଏହାର ଆଖ ପାଖ ଅଂଚଳରେ ଥିବା ବହୁ ଔଷଧ ଦୋକାନ ନକଲି ଔଷଧ କାରବାର ରେ ଲିପ୍ତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ।ବରୀ ପୋଲିସ ଔଷଧ ଦୋକାନିକୁ ଅଟକ ରଖି ପଚରା ଉଚରା ଜାରି ରଖିଛି