ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ।ଗତ ୧୦ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲ ରେ ବନ ବିଭାଗ ଟ୍ରଙ୍କୁଲାଇଜ କରାଯାଇ କାବୁ କରାଯାଇଥିଲା।
ଆଜି ଦନ୍ତା ହାତୀ ଏକ ବଡ଼ ଟ୍ରକ ରେ ଉଦ୍ଧାର କରାଯାଇ କଟକ ଡାଲିଯୋଡ଼ା ରେଞ୍ଜ ର କୁସୁନପୁର ଜଙ୍ଗଲ କୁ ନିଆଯାଇଛି।ସ୍ଥାନାନ୍ତର ହେଲା ପରେ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହେବାକୁ ଲାଗିଛି ବିଭିନ୍ନ ଗୀତ।
କଡା ସୁରକ୍ଷା ମଧ୍ୟରେ ଓ ହାତୀର ସ୍ୱାସ୍ତ୍ୟ ପରୀକ୍ଷା କରିବା ପରେ ତାକୁ ସ୍ଥାନାନ୍ତର କରାଯାଇଛି। ହାତୀକୁ କାବୁ କରିବା ପରେ ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଛି। ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳ ବସି ଆଶ୍ୱସ୍ତ ହୋଇଛନ୍ତି।
ସାା
Facebook Notice for EU!
You need to login to view and post FB Comments!