
କେସିଙ୍ଗା (ପ୍ରୀତେଶ ପଟେଲ)RUB ପାଇଁ ଦୀର୍ଘ ଦିନ ଧାରଣା ରେ ବସିବା ପରେ ପରେ କେସିଙ୍ଗା ବାସି ପୁନର୍ବାର ଧାରଣା ରେ ବସିରହିଛନ୍ତି ।ଦୀର୍ଘ ୧୨ ଦିନ ହେଲାଣି ଖରା ବର୍ଷା କୁ ଖାତିର ନ କରି ନିଜମା ମାଟି ର ବିକାଶ ପାଇଁ ୧୦ ଦଫା ଦାବି ନେଇ ଆନ୍ଦୋଳନ ରେ ବସିଛି କେସିଙ୍ଗା ସଚେତନ ନାଗରିକ ମଞ୍ଚ ।ଏହି ଆନ୍ଦୋଳନ ଆଜିର ନୁହେଁ ଦୀର୍ଘ ୧୧ ବର୍ଷ ଧରି କେସିଙ୍ଗା ବାସୀଙ୍କ ମନରେ ନିଜ ଅଞ୍ଚଳ ର ବିକାଶ କୁ ନେଇ ଯେଉଁ ଚିନ୍ତାଧାରା ରହିଥିଲା ତାହା ଆଜି ଆନ୍ଦୋଳନ ର ରୂପ ନେଇଛି ।ଦୀର୍ଘ ଦୁଇ ବର୍ଷ ହେଲେ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କୁ ଦାବି ଜଣାଇଥିଲେ ମଧ୍ୟ ସରକାର ଅଞ୍ଚଳ ବାସୀଙ୍କ ଦାବି କୁ ଅଣଦେଖା କରିଛନ୍ତି ,ଯେଉଁଠି ପାଇଁ ଆଜି ଏହି ଆନ୍ଦୋଳନ ଚାଲିଛି ।
୨୬ ଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ ଏନ୍ ଏ ସି କୁ ନେଇ ଗଠିତ କେସିଙ୍ଗା ଅଞ୍ଚଳ ।ପୂର୍ବରୁ ଏହା ଏକ ନିର୍ବାଚନ ମଣ୍ଡଳୀ ରୂପେ ରାଜ୍ୟ ମାନଚିତ୍ର ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀ ଟି ଦୁଇ ଭାଗ ରେ ଭାଗ ହୋଇଯାଇଛି ।କିଛି ଅଞ୍ଚଳ ସଦର ନିର୍ବାଚନ ମଣ୍ଡଳୀ ଭବାନୀପାଟଣା ରେ ମିଶି ଯାଇଥିବା ବେଳେ ଆଉ କିଛି ପଞ୍ଚାୟତ ନୂତନ ଭାବେ ଗଠିତ ନର୍ଲା ନିର୍ବାଚନ ମଣ୍ଡଳୀ ରେ ମିଶି ଯାଇଛି ।ନିର୍ବାଚନ ମଣ୍ଡଳୀ ଉଠିଗଲା
ପରେ ମୂରବୀ ବିହୀନ ହୋଇ ପଡ଼ିଛି କେସିଙ୍ଗା ଅଞ୍ଚଳ । ଯେଉଁ ଭଳି ଭାବେ ଅଞ୍ଚଳ ର ବିକାଶ ହେଉଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ ।ସରକାର ଙ୍କୁ ଚେତେଇ ଦେବା ପାଇଁ ଆଉ ନିଜ ମା ମାଟିର ବିକାଶ ପାଇଁ ଆଜି ଆଗେଇ ଆସିଛି କେସିଙ୍ଗା ସଚେତନ ନାଗରିକ ମଞ୍ଚ ।ମା ମାଟିର ବିକାଶ ପାଇଁ ୧୦ ଦଫା ଦାବି ନେଇ ଖରା ବର୍ଷା ଖାତିର ନ କରି ୧୧ ଦିନ ହେଲା ସଚେତନ ନାଗରିକ ମଞ୍ଚ ଧାରଣା ରେ ବସିରହିଛି ।
ଏଠାରେ ଦେଖନ୍ତୁ ପୁରା ଭିଡିଓ
ଅଞ୍ଚଳ ର ବିଭିନ୍ନ ସଙ୍ଗଠନ ,ବିଭିନ୍ନ ସମାଜ ପକ୍ଷରୁ ଏହି ଆନ୍ଦୋଳନ କୁ ସମର୍ଥନ ଜାରି ରହିଛି ।ହେଲେ ଏପରି ଏକ ଆନ୍ଦୋଳନ କାହିଁକି କଣ ବିନା ଆନ୍ଦୋଳନ ରେ ସରକାର ଦାବି ପୂରଣ କରିବେ ନାହିଁ ଯେତେବେଳେ ଆମେ ଏହି ବିଷୟ ରେ ସଚେତନ ନାଗରିକ ମଞ୍ଚ ର ସଭାପତି ଉତ୍ତର ମହଲା ଙ୍କୁ ପଚାରିଥିଲୁ ସେ କଣ କହୁଛନ୍ତି ଚାଲନ୍ତୁ ଶୁଣିବା ।
ଶୁଣିଲେ ତ ଦୀର୍ଘ ଦୁଇ ବର୍ଷ ହେଲା ସରକାର ଙ୍କ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସାମ୍ନା ରେ ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଆଜି ଏହି ଆନ୍ଦୋଳନ ରେ ବସିଛି ସଚେତନ ନାଗରିକ ମଞ୍ଚ । ଆଶା ଆଗକୁ ନିହାତି ଭାବେ ସରକାର ଅଞ୍ଚଳ ବାସୀଙ୍କ ଦାବି କୁ ଗୁରୁତ୍ଵ ଦେବେ ଓ ସମସ୍ତ ଦାବି ପୂରଣ କରିବେ ।