ପୁରୀ:  ( ମନୋଜ କୁମାର ବଳିଆରସିଂ)ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରେ ସାର୍ଥକ ଫାଉଣ୍ଡେସନ, ଯାଜପୁର ଜିଲ୍ଲା ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲି ଚୈର, ଶ୍ରବଣ ଯନ୍ତ, ଗୁଣ୍ଡିଚା ମନ୍ଦିର, ନିକଟସ୍ଥ ମାଧବ ହୋଟେଲ ପ୍ରାଙ୍ଗଣରେ ବଣ୍ଟନ କରାଯାଇଥିଲା l

ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ ମିଶ୍ର ଅଧ୍ୟକ୍ଷତା କରିଥିଲେ l ସାଧାରଣ ସମ୍ପାଦକ ରଞ୍ଜନ ପାଣି, ଉପସଭାପତି ସଂଜୀବ ମିଶ୍ର, ଅମରେନ୍ଦ୍ର ନାୟକ, ସମ୍ପାଦକ ମୁର୍ତ୍ତୁଞ୍ଜୟ ନାୟକ, ସମାଜସେବୀ ଶଙ୍କର ସାହୁ ବୃନ୍ଦାବନ ମିଶ୍ର, ସଂଗୀତା ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ l

ସମାଜସେବୀ ଲାୟନ ସଞ୍ଜୟ କୁମାର ପ୍ରଧାନ, ପ୍ରଭାକର ସାହୁ ଓ ହର ପ୍ରସାଦ ଜେନା ଙ୍କୁ ମଞ୍ଚରେ ସନ୍ନମାନିତ କରାଯାଇଥିଲା l ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ଅଭ୍ୟୁମନ୍ୟୁ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଶରଧାବାଲି ଠାରେ ୩000 ହଜାର ଭକ୍ତ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯାଇଥିଲା