ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦାନଗଦୀ ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବୀରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଥିଲେ ।
ଦୀର୍ଘ ସମୟ ଆଲୋଚନା ଚାଲିଥିଲା । ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଉଭୟ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରୁ ରାସ୍ତା ଅବରୋଧ ହଟିଲା। ଆଜି ଅପରାହ୍ନ ୫ଟା ସୁଦ୍ଧା ଟ୍ରାଙ୍କୁଲାଇଜ୍ ଜରିଆରେ ହାତୀ ଉଦ୍ଧାର ହେବ ବୋଲି ଦିଆଯାଇଛି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ।
Facebook Notice for EU!
You need to login to view and post FB Comments!