ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଧର୍ମଶାଳା ନାବାଳିକା ଅପହରଣ ଓ ନିର୍ଯ୍ୟାତନା ଘଟଣାରେ ଆଜି ଆଉ ୪ ଅଭିଯୁକ୍ତଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ନାରାୟଣ ସାମଲଙ୍କ ଭିଣେଇ ସନ୍ତୋଷ ବାରିକ । ସନ୍ତୋଷ ନିଜେ ଧର୍ମଶାଳା ଥାନାରେ କନେଷ୍ଟବଳ ଅଛନ୍ତି । ସନ୍ତୋଷଙ୍କ ସମେତ ଅଭିଯୁକ୍ତଙ୍କ ର ଜଣେ ମାଉସୀ ଏବଂ ଦୁଇ ସାଂଗକୁ ପୋଲିସ ଗିରପଂ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ନାବାଳିକାଙ୍କୁ ଅପହରଣ କରିବାରେ ସହଯୋଗ କରିବା ସହିତ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରପଂ କରିଥିବା ଜଣାପଡିଛି ।
ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଚଣ୍ଡିଖୋଲ ଅଂଚଳରୁ ଜନୈକ ନାବାଳିକାଙ୍କୁ ଅପହରଣ କରିବା ପରେ ନିଶା ଦେଇ ବିଭିନ୍ନ ସ୍ଥାନରେ ରଖିବା ଓ ତାଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଥିଲା । ଏ ନେଇ କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ ପିଡିତାଙ୍କ ପରିବାରକୁ ଭେଟି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଏହି ଘଟଣାରେ ପ୍ରଥମେ ୪ ଜଣ ଗିରପଂ ହୋଇଥିବା ବେଳେ ଆଜି ଆଉ ୪ ଜଣ ଗିରପଂ ହୋଇଛନ୍ତି । ଆଜି ଗିରପଂ ହୋଇଥିବା ଅଭିଯୁକ୍ତ କନେଷ୍ଟବଳ ସନ୍ତୋଷ ବାରିକଙ୍କ ବାପା ଓ ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୋଗ ସଂପୁର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।