ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ବୟସ ଜାଲିଆତି କରିବା ଅଭିଯୋଗରେ ୨ ବର୍ଷ ଲାଗି ବାସନ୍ଦ

305 0

କଟକ:  ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ) ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ବୟସ ଜାଲିଆତି କରିବା ଅଭିଯୋଗରେ ୨ ବର୍ଷ ଲାଗି ବାସନ୍ଦ କରିଛି। ଫଳରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ପୁଣି ଥରେ ବୟସ ଜାଲିଆତି ମାମଲାରେ ଛନ୍ଦି ହୋଇଛି ।

କ୍ରିକେଟର୍‌‌ ସୋମେନ୍‌ ଚାନ୍ଦ ଓ ବିଶ୍ବଜିତ୍‌ ମଲ୍ଳିକ୍‌ ବୟସ ଜାଲିଆତି କରିଥିବା ଜଣାପଡ଼ିବା ପରେ ବିସିସିଆଇ ୨ ବର୍ଷ ପାଇଁ ସେମାନଙ୍କ ଘରୋଇ ମ୍ୟାଚ୍‌ ଖେଳିବା ଉପରେ ବ୍ୟାନ୍‌ ଲଗାଇଛି। ୨୩ ବର୍ଷରୁ କମ୍  ଟୁର୍ଣ୍ଣାମେଣ୍ଟ୍‌ରେ ଖେଳିବା ଲାଗି ସେମାନେ ନିଜ ବୟସ କମ୍‌ ଦର୍ଶାଇଥିବା ସୂଚନା ରହିଛି।

ଏହି ଦୁଇ ଖେଳାଳିଙ୍କୁ  ଏବେ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ କ୍ରିକେଟ୍‌ ଖେଳିବାକୁ ବାରଣ କରାଯାଇଛି। ରାଜ୍ୟର ୨୩ ବର୍ଷରୁ କମ୍ କ୍ରିକେଟ୍ ଦଳରୁ ଏହି ଦୁଇ ଖେଳାଳିଙ୍କୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ସେ ଦୁହେଁ ଏକ ‌ଟୁର୍ଣ୍ଣାମେଣ୍ଟ୍‌ ଖେଳିବା ପାଇଁ କୋଲକାତା ଯାଇଛନ୍ତି।

ଗତବର୍ଷ ନଭେମ୍ବର ମାସରେ ନକଲି ବୟସ ସାର୍ଟିଫିକେଟ୍‌ ଦେଇଥିବା କାରଣରୁ ବିସିସିଆଇ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲାଇଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା।

Facebook Notice for EU! You need to login to view and post FB Comments!

Related Post

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିବସରେ ଜୁରାବନ୍ଦ ବିଜୟୀ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗ୍ରାମ ପଞ୍ଚାୟତରହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା ବସ୍ତ୍ରେନ ଫୁଟବଳ…

ଗ୍ରାମାଞ୍ଚଳଫୁଟବଲଟୁର୍ଣ୍ଣାମେଣ୍ଟ:ମହିଷାମୁଣ୍ତିଚାମ୍ପିଅନ,

Posted by - September 25, 2019 131
କେନ୍ଦୁଝର,୨୪/୯କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡ଼ିପଦା ଗ୍ରାମ ମା’ ସିନ୍ଦୁରଗୈାରୀ ସ୍ପୋଟିଙ୍ଗ କ୍ଲବ ଆନୂକୁଲ୍ୟରେ ଚ଼ଳିତ ବର୍ଷ ଚ଼ତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ସୋନପୁର ପ୍ରିମିୟର ଲିଗ ମଣ୍ଟୁ ୱାରିୟର୍ସ ଚମ୍ପିଆନ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି l ଗତକାଲି…

ମୋଡ଼ିକେୟାର ପ୍ରୀମିୟର ଲିଗ୍, ମାମା ଏକାଦଶ ଟିମ ଚମ୍ପିୟାନ.

Posted by - March 22, 2022 0
ବାଲେଶ୍ଵର: ବସ୍ତା ବ୍ଲକ ଅମର୍ଡାରୋଡ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଅମର୍ଦାରୋଡ ବ୍ୟାଡମିନ ଆସୋସିଏସନ ପକ୍ଷରୁ ୫ ଦିନ ଧରି ଆୟୋଜିତ ହୋଇଥିବା ମୋଦିକେୟାର ପ୍ରୀମିୟର ଲିଗ୍ ଉଯାପିତ…

Leave a comment

Your email address will not be published.