ଆଡିଲେଡ୍‌ ଟେଷ୍ଟ, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ, ମଧ୍ୟାହ୍ନ ଭୋଜନ ସୁଦ୍ଧା ୫୬/୪

1009 0

ଆଡିଲେଡ୍‌: ଆଜି ଆଡିଲେଡ୍‌ ଠାରେ ଚାଳଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଏହି ବହୁ ଚର୍ଚିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ବୃାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ଭାରତର ୪ ଜଣ ପଆରମ୍ଭିକ ବୃାଟ୍‌ମୃାନ ଅତି ଶସ୍ତାରେ ଆଉଟ ହୋଇଯିବା ଦ୍ୱାରା ଭାରତ ବିପଦରୋ ପଡ଼ିଛି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ସଂଗ୍ରହ କରିଛି ମାତ୍ର ୫୬ ରନ୍‌।
ଟସ୍‌ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କୋହଲିଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଅଷ୍ଟ୍ରେଲିଆର ବୋଲରମାନେ। ଖେଳର ଦ୍ୱିତୀୟ ଓଭରରେ ଜୋସ ହାଜଲଉଡ୍‌ କେ ଏଲ ରାହୁଲଙ୍କୁ ଆଉଟ୍‌ କରି ଭାରତୀୟ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ପରେ ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ୧୧ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିିଲେ। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଅତି ଶସ୍ତାରେ (ମାତ୍ର ୩ ରନ୍‌ ) ଆଉଟ୍‌ ହୋଇଯିବା ପରେ ବିପଦରେ ପଡ଼ିଥିବା ଭାରତୀୟ ଦଳ ସ୍ଥିତି ସୁଧାରିବା ପୂର୍ବରୁ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ( ୧୩ ରନ)ଙ୍କୁ କୁମିନ୍ସ ଆଉଟ୍‌ କରି ଭାରତକୁ ବ୍ୟାକ୍‌ ଫୁଟ୍‌କୁ ଠେଲି ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ବେଳକୁ ଚେତେଶ୍ୱର ପୂଜାରା ୧୧ରନ ଓ ରୋହିତ ଶର୍ମା ୧୫ ରନ୍‌ କରି ଖେଳୁଛନ୍ତି।

Related Post

୨୯ ତାରିଖରୁ ୧୪ତମ ଅଶୋକଦାସ ମେମୋରିଆଲ ଅଲ ଇଣ୍ଡିଆ  କ୍ରିକେଟ ଟୁର୍ଣ୍ଣାମେଂଟ

Posted by - December 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୨୯ ତାରିଖରୁ ଯାଜପୁର ବ୍ଳକ ଚଇନିପୁରସ୍ଥିତ ସୁଦର୍ଶନପାଢ଼ୀ ଉଚ୍ଚବିଦ୍ୟାଳୟ ପଡିଆରେ  ଆରମ୍ଭ ହେବ ୧୪ତମ ଅଶୋକଦାସ ମେମୋରିଆଲ ଅଲ ଇଣ୍ଡିଆ…

ବୌଦ୍ଧରେ ଜାତୀୟ କ୍ରିଡା ଦିବସ ଅନୁଷ୍ଠିତ

Posted by - August 29, 2022 0
ବୌଦ୍ଧ:୨୯ା୮:(ଅଦ୍ୟ ତା ୨୯.୦୮.୨୦୨୨ ରିଖ ସୋମବାର ଦିନ ବୌଦ୍ଧଠାରେ ଜାତୀୟ କ୍ରିଡା ଦିବସ ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ…

ଟିଟିଲାଗଡ କରାଟେ ଆସୋସିଏସନର ୮ ଜଣ ଛାତ୍ରଛାତ୍ରୀଙ୍କୁ ୧୬ ପଦକ,ରେଳ ଷ୍ଟେସନରେ କଲେ ସ୍ବାଗତ

Posted by - December 20, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ଗୁରୁକ୍ରୁପା ମାର୍ଶଲ ଆର୍ଟ ଏକାଡେମୀ କଣ୍ଟାବାଞ୍ଜି ଓ ଟିଟିଲାଗଡ କରାଟେ ଆସୋସିଏସନ୍ ପକ୍ଷରୁ କଲିକତାର ନେତାଜୀ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଆୟୋଜିତ…

ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣାମେଣ୍ଟ ଚତୁର୍ଥ ଦିବସ ରେ ଚାରିଶମ୍ଭୁ ବିଜୟୀ

Posted by - February 3, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଳିଙ୍ଗ ଖେଳ ପଡ଼ିଆରେ ଚତୁର୍ଥ ବର୍ଷ ର ଚତୁର୍ଥ ଦିନର ଖେଳ ହୋଇଯାଇଛି ।…

ପୁରୁଣାକଟକ କୁ ହରାଇ ରାମଗଡ ଚମ୍ପିୟାନ

Posted by - March 4, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ କୁମାରୀ ଖେଳପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ରେ ପୁରୁଣାକଟକ କୁ ହରାଇ ରାମଗଡ ବିଜୟିଲାଭ କରିଛି!ସୂଚନା ମତେ ଗତକାଲି କୁମାରୀ ଖେଳପଡିଆ…

Leave a comment

Your email address will not be published.