Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ଉଦଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା

68 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପ୍ରବଳ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଶିକ୍ଷା,ସଂସ୍କୃତି ଏବଂ ସମ୍ଭାବନା ସୃଷ୍ଟିର ଉତ୍ତମ ଭିତ୍ତିଭୂମି ଓମଭେଲି ବିଦ୍ୟାଳୟ ପରିସରରେ ଗତ ତାରିଖ ୩୧/୧୦/୨୦୨୩ ଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ଗୁରୁବାର ଦିନ ଥିଲା ତୃତୀୟ ତଥା ଅନ୍ତିମ ଦିବସ । ମୋଟ ୪୪ ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ ବର୍ଗରେ ନର୍ଥ ପଏଣ୍ଟ ସିଲିଗୁଡି ଦଳ ଚମ୍ପିୟାନ ହୋଇଥିବା ବେଳେ ଡି.ପି.ଏସ୍ ସିଲିଗୁଡି ଦଳ ଉପବିଜେତା ହୋଇ ଜାତୀୟ ସ୍ତରରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି । ଏହି କ୍ରମରେ ବି.ଏସ୍.ଏଫ୍ ସିଲିଗୁଡି ଦଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଳିକା ବର୍ଗରେ ଜି.ଡି . ଗୋଏଙ୍କା ସିଲିଗୁଡି ଦଳ ଚମ୍ପିୟାନ ହୋଇଥିବା ବେଳେ ଟି.ଆଇ.ଜି. ପି.ଏସ୍.ସିଲିଗୁଡି ଦଳ ଉପବିଜେତା ହୋଇ ଜାତୀୟ ସ୍ତରରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି । ଦିଲ୍ଲୀ ପବ୍ଲିକ ସ୍କୁଲ ଭିଲାଇ ଦଳକୁ ତୃତୀୟ ସ୍ଥାନ ମିଳିଛି ।

ବାଳିକା ବର୍ଗ:- ୧-ସର୍ବୋତ୍ତମ ସେଟର- ଇଭା ସାହା (ଜି.ଡି ଗୋଏଙ୍କା) ,୨- ଅଫକମିଙ୍ଗ ଖେଳାଳୀ – ସୁଭିକ୍ଷା ସୁବା,(ଟି.ଆଇ.ଜି.ପି.ଏସ୍) ,୩- ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳୀ- ଦିବ୍ୟାଙ୍କା ଗୋଲେ (ଜି.ଡି ଗୋଏଙ୍କା) ), ୧- ବାଳକ ବର୍ଗ:- ସର୍ବୋତ୍ତମ ସେଟର- କର୍ମନ୍ୟ ସିଂ (ଡି.ପି.ଏସ ସିଲିଗୁଡି) ,୨- ସର୍ବୋତ୍ତମ ଅଫକମିଙ୍ଗ -ସଚିନ ରାଜ ଗୁପ୍ତା ( ଏନ୍.ପି.ଆର ସିଲିଗୁଡି) ,୩- ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳୀ- ଦେବାନିକ କୁଣ୍ଡୁ (ଏନ୍ ପି ଆର ସିଲିଗୁଡି) ଙ୍କୁ ସ୍ଵତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।ପର୍ଯ୍ୟବେକ୍ଷକ ମହମ୍ମଦ ସମିମ୍ ଖାଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୧ ଜଣ ଆନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଚାରକବିନୋଦ ନାୟାର ,ନିରଞ୍ଜନ ନାୟକ,ଦୁର୍ଗା ପ୍ରସାଦ ପଟ୍ଟନାୟକ ,ଅଭୟ ଗନୋନକର ,ମଧୁସୂଦନ ହନୋନେ ,ସଞ୍ଜୀବ ଚାନ୍ଦ,ଭି.ଏନ୍.ସୋନି,ରାକେଶ ସିଂ,ସଞ୍ଜୟ ବଳ ,ଚେଦିଲାଲ ପାଣ୍ଡେ ,ଆଶୁତୋଷ ଖେଳ ପରିଚାଳନା କରିଥିଲେ ।

କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଗଣ ଟ୍ରଫି ପ୍ରଦାନ କରିଥିଲେ । ଅନ୍ତିମ ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ସଂସ୍ଥାପକ ତଥା ଚେୟାରମେନ ଲାୟନ ଶ୍ରୀ ଦୀପକ କୁମାର ସାହୁ , ମୁଖ୍ୟ ଅତିଥି,ପରିଚାଳନା ନିର୍ଦ୍ଦେଶକା ଶ୍ରୀମତୀ ବିଭାରାଜ ଗୁପ୍ତା ସମ୍ମାନିତ ଅତିଥି, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ଵର ପ୍ରସାଦ ମିଶ୍ର, ପର୍ଯ୍ୟବେକ୍ଷକ ମହମ୍ମଦ ସମିମ୍ ଖାଁ ଏବଂ ଖେଳ ବିଚାରକମାନେ ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଭବ୍ୟ ମଞ୍ଚରେ ବିଚାରକ ମଣ୍ଡଳୀଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା ।

ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତି ସସ୍ମିତାଦଳେଇ।ମୁଖ୍ୟ ଅତିଥି ଲାୟନ ଶ୍ରୀଯୁକ୍ତ ଦୀପକ କୁମାର ସାହୁ ନିଜ ଅଭିଭାଷଣରେ କ୍ରୀଡ଼ାବିତ୍ ମାନଙ୍କୁ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗ କ୍ରମେ ପ୍ରତିଯୋଗିତାଟି ସମ୍ପୂର୍ଣ୍ଣ ସଫଳତାର ସହିତ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମ ସରିବା ପରେ ଓମ ଭ୍ୟାଲି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଅତି ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

Related Post

ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

Posted by - December 5, 2018 0
ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ…

କ୍ରୀଡା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ସମ୍ବର୍ଦ୍ଧିତ

Posted by - October 11, 2023 0
ଭୁବନେଶ୍ୱର:(ପାୟଲ ରାଉତ )ଭୁବନେଶ୍ୱର ଠାରେ ଅବସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ୧୬ତମ ୱାଲ୍ଡ ୱାଚ୍ ଇଂରାଜୀ ମାଗାଜିନ୍ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି। ଏହି…

ସେଣ୍ଟ ଜାଭିୟର୍ସ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Posted by - January 22, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ବ୍ଲକ ପଡା ଠାରେ ଥିବା ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ…

ଵଡ ଘୁମର ଠାରେ ମାଁ ଚକାମଲେନ ନକ ଆଉଟ୍ କ୍ରିକେଟ ଟୁରନାମେଣ୍ଟ ଫାଇନାଲ ମ୍ୟାଚ ଉଦଯାପିତ

Posted by - March 2, 2023 0
ଧର୍ମଗଡ଼ ତା ୨/୩/୨୩ (ହେମନ୍ତ କୁମାର ମାଝୀ)ଅଞ୍ଚଳ ର କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ଓ କ୍ରୀଡ଼ାର ବିକାଶ ପାଇଁ ବଡ଼ଘୁମେର ଠାରେ ମାଁ…

୨୪ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଟେନିଶା ମେହେରଙ୍କ ବ୍ରୋଞ୍ଜ ପଦକ ହାସଲ

Posted by - October 29, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁରଠାରେ ଆୟୋଜିତ ୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ର ତୀରନ୍ଦାଜୀ ଟେନିଶା ମେହେର…