ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି

658 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁରର ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାବା ବରୁଣେଶ୍ୱରଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଏଥିସହିତ ଏଠାରେ ଆଗାମୀ ୭ ଦିନ ଧରି ମେଳା ମଧ୍ୟ ଆୟୋଜନ କରାଯାଇଥାଏ ।

 ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ମହୋତ୍ସବରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନା ବଜାର ଓ ଦୋଳୀର ମଜା ଉଠାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଷ୍ଟଲ ପଡିବା ସହିତ ରାଜ୍ୟର ପ୍ରତିଷ୍ଠିତ ଅପେରା ମାନଙ୍କ ପକ୍ଷରୁ ଯାତ୍ରା ପରିବେଶିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସରିଥିବା ବେଳେ ଶାନ୍ତିଶୃଙ୍ଖଳା ରେ ମେଳାକୁ ସାରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି ।

Related Post

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସାତ ଦଫା ଦାବିପତ୍ର ପ୍ରଦାନ

Posted by - May 29, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - September 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭର୍ଚୁଅଲ ମୋଡ…

ସୋନପୁର ସହରର ମହାନଦୀରୁ ଶବ ଉଦ୍ଧାର

Posted by - January 11, 2022 0
ସୋନପୁର:( ଅଜିତ କୁମାର ପୁଝାରୀ)ସୋନପୁର ସହରର ମହାନଦୀରେ ଶବ ଭାସୁ ଥିବା ଦେଖିବାକୁ ମିଳିଛି । ସକାଳୁ ସ୍ଥାନିୟ ପଡାର ଲୋକେ ସହରର ଯାତ୍ରୀନିବାସ ସମ୍ବୁଖରେ ଥିବା…

Leave a comment

Your email address will not be published.