ମୟୁରଭଞ୍ଜ:12/01( ସୀତାରାମ ଦୀକ୍ଷିତ) ଜଳିଗଲା ଟ୍ରକ।ମୟୂ୍ରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ଵର ପୁରୁଣପାଣି ଗାଁ ପାଖ ରାସ୍ତାକଡ ଢାବାନିକଟର ଘଟଣା। ଟ୍ରକ କର୍ମଚାରୀ ଟ୍ରକ 0R 05 AM 4775 ନଂ କୁ ଠିଆ କରି ଟ୍ରକ ତଳେ ଗ୍ୟାସ ଚୁଲାରେ ରୋଷେଇ କରୁଥିଲେ ଗ୍ୟାସ ଚୁଲା ନିଆଁ ଲାଗି ଜଳିଗଲା ଟ୍ରକ । ହଠାତ୍ ଚୁଲାରୁ ନିଆଁ ଉପରକୁ ଉଠି ଯାଇଥିଲା ଏବଂ ଟ୍ରକରେ ନିଅାଁ ଲାଗି ଯାଇଥିଲା । ନିଆଁକୁ କର୍ମଚାରୀ ମାନେ ଆୟତ୍ତ କରିବାକୁ ଉଦ୍ୟମ କରି ପାରି ନ ଥିଲେ ।
ତେବେ ହୁତୁହୁତୁ ହୋଇ ରାସ୍ତା କଡରେ ଜଳିଗଲା ଟ୍ରକ। ପରେ ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସେତେବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । ସେହିପରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।