ମୁନଗୁଡା:(ରମାକାନ୍ତ ପୋଡାଲ )ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡି ର ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଶୁଭାରମ୍ଭ କରିଥିଲେ I

ବିଜେଡି ଜିଲ୍ଲା ସଭାପତି ଶ୍ରଯୁକ୍ତ ସୁଧୀର କୁମାର ଦାସ ଙ୍କ ନେତୃତ୍ୱ ରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୋପାଳ କୃଷ୍ଣ ପଟ୍ଟନାୟକ, ଦେବୀ ପ୍ରସାଦ ପଟ୍ଟନାୟକ, ନାନୁପଣ୍ଡା, ପୂଥିରାଜୁ ସାହୁ, ଜୋତି ସାହୁ, ସୁଜାତା କାଡ୍ରାକା, ମୁନିଗୁଡାର ପୂଣ୍ନ ଚନ୍ଦ୍ର ଗୌଡ, ରତ୍ନ ଲାଲ ଜୌନ ସମସ୍ତ ଉପସ୍ଥିତ ରହି ନିର୍ଦଳୀୟ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ତଥା ଜିଲ୍ଲା ପରିଷଦ ଅଧକ୍ଷା ସରସ୍ପତି ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I

ବିଜେଡି ସରକାର ଲୋକଙ୍କ ପାଇଁ ଦୀର୍ଘ ବର୍ଷ ର ଶାସନ କାଳ ମଧ୍ୟରେ କରିଥିବା ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଜଣେଇବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I ଏଥି ସହ ଦଳ ଆଗାମୀ ନିର୍ବାଚନ ପାଇଁ ତାର ପ୍ରଚାର ଆରମ୍ଭ କରିଥିବା ମଧ୍ୟ କୁହାଯାଉଛି I ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମାର୍କମା ମନ୍ଦିର ରୁ ଆରମ୍ଭ ହୋଇଥିବା ବେଳେ ହଜାର ହଜାର ସଂଖ୍ଯା ରେ ରେ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।