
କଣ୍ଟାବାଞ୍ଜି ବ୍ୟୁରୋ: ୧୧/୧୦(ନରେନ୍ଦ୍ର ନେଗୀ)ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ ପଂଚାୟତ ଠାରେ ଯୁବ ବିଜେଡ଼ି ନେତା ଗିରି ରାଜ ସିଂ ମାଝୀ ଙ୍କ ନେତୃତ୍ଵ ରେ ଏକ ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନିଜ ସହକର୍ମୀ ମାନଙ୍କୁ ନେଇ ବିଜେଡିରେ ଯୋଗଦେଲେ ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଦୈତାରି ଭୋଇ।
ଅନେକ ବର୍ଷରୁ ବିଜେପିରେ ରହି ମଧ୍ୟ ବାରମ୍ବାର ତାଙ୍କୁ ଅଣଦେଖା କରାଯାଉଥିବା ଏବଂ ଅଞ୍ଚଳରେ ରହୁଥିବା ଆଦିବାସୀ ସମାଜର ଭାଇ ଭଉଣୀ ମାନଙ୍କ ପାଇଁ କିଛି ଉନ୍ନତି ମୂଳକ କରିବା ପାଇଁ ଇଚ୍ଛା କଲେ ତାଙ୍କୁ କିଛି ସହଯୋଗ ମିଳି ପାରୁ ନ ଥିବାରୁ ସେ ବାଧ୍ୟ ହୋଇ ନିଜ ସମାଜ ର ଉନ୍ନତି ପାଇଁ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡ଼ି ରେ ଯୋଗଦାନ କରିଥିବା କହିଛନ୍ତି । ବଲାଙ୍ଗୀର ଜିଲ୍ଲା କୁ ସ୍ପେଶିଆଲ୍ ଡେଭଲମେଣ୍ଟ କାଉନସିଲରେ ସାମିଲ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।