ଢେଙ୍କାନାଳ:ସୋମବାରେ ଢେଙ୍କାନାଳ ଜିଲ୍ଲାର ପୈ।ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ଗୋପବନ୍ଧୁଜୟନ୍ତୀ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଉତ୍କଳ ମଣି ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ସଭାପତିତ୍ବ କରି ଉତ୍କଳ ମଣି ଙ୍କ ର ସେବାପରାୟଣତା ଦେଶ ପ୍ରେମ ଓ ତ୍ୟାଗ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ।

ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଉତ୍କଳ ମଣି ଙ୍କ ର ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ପିଲାମାନଙ୍କୁ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପଦେଶ ଦେଇଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ କମଳା ଦାଶ ମଧ୍ୟ ପିଲାମାନଙ୍କୁ ଗୋପବନ୍ଧୁ ଦାସ ଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା କରିଥିଲେ।

ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ କବି ଡଃ ମାୟାଧର ମାନସିଂହ ଙ୍କର କବିତା ଗୋପ ପ୍ରୟାଣ କବିତା ଟିକୁ ସ୍ବର କରି ଗାନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କଥା ଆଲୋଚନା କରାଯାଇ ବିଜୁ ସ୍ବାସ୍ଥ୍ୟ କାର୍ଡ ର ସରକାରୀ ସୁବିଧା ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଏହି ଯୋଜନାର ସୁଫଳ ଲାଭ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମ ଚାରୀ ଉପସ୍ଥିତ ଥିଲେ।