
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଭରତୀୟ ଜନତା ପାର୍ଟିର ଟିଟିଲାଗଡ ନଗର ସାଧାରଣ ସମ୍ପାଦକ ଶ୍ରୀ କୁନା ଭାଟି ରବିବାର ଦିନ ସ୍ଥାନୀୟ ୟସ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ତାଙ୍କ ପଦରୁ ଇସ୍ତଫା ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ନିକଟକୁ ପଠାଇଛି ବୋଲି ସୂଚନା ଦେଇଛନ୍ତି।
ବିଜେପି ଦଳରେ ଦୀର୍ଘ ବର୍ଷ ଧରି ମୁଁ କାର୍ଯ୍ୟ କରୁଥିବା ବେଳେ ମୋତେ ବାରମ୍ବାର ଅବହେଳା କରାଯାଉଛି, ଦଳର କୌଣସି କାର୍ଯ୍ୟକ୍ରମ ସମ୍ବନ୍ଧରେ ମତେ ସୂଚନା ଦିଆଯାଉ ନାହିଁ, ଏହା କଣ ମୋ ପ୍ରତି ଅଣଦେଖା ନୁହେଁ କି ? ତା ସହିତ ଏକ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ଜଣେ ଚତୁର୍ଥ ଶ୍ରେଣୀ ରେଳ ବିଭାଗ କର୍ମଚାରୀଙ୍କ ବଦଳି ବାବଦକୁ ବଲାଙ୍ଗୀର ସାଂସଦଙ୍କ ବ୍ଲକ ପ୍ରତିନିଧି ମୁକେଶ ଜୈନଙ୍କ ଜରିଆରେ ସୁପାରିସ କରିଥିଲି, ସେ ସେହି ବଦଳି ପାଇଁ ଅଗ୍ରୀମ ୫୦ ହଜାର ଟଙ୍କା ନେଇଥିଲେ ଏବଂ ବଦଳି ହେବା ପରେ ଆଉ ୫୦ ହଜାର ଟଙ୍କା ଦେବ ବୋଲି କହିଥିଲେ l
ଅଗ୍ରିମ ଟଙ୍କା ସେ କୁରସୁଡ ଗ୍ରାମର ନିମାଇଁ ବେହେରାଙ୍କ ହାତରେ ମୁକେଶ ଜୈନଙ୍କ ନିକଟକୁ ପଠାଇ ଥିବା କହିଛନ୍ତି। ତାପରେ ବଦଳି ସମ୍ବନ୍ଧରେ ସାଂସଦ ସଂଗୀତା ସିଂଦେଓ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ୧୦ .୦୬ .୨୦ ରେ ଏକ ସୁପାରିଶ ପତ୍ର ଲେଖିଥିଲେ , ତାହାର ନକଲ କପି ସମସ୍ତ ସାମ୍ୱାଦିକଙ୍କୁ ଦେଇଛନ୍ତି। ଟଙ୍କା ନେଲା ପରେ ବି ଉକ୍ତ ରେଳ କର୍ମଚାରୀଙ୍କ ବଦଳି ହେଲା ନାହିଁ ଏବଂ ଟଙ୍କା ମଧ୍ୟ ଫେରସ୍ତ ହେଲା ନାହିଁ l ଏଭଳି ବିଭିନ୍ନ ସମସ୍ୟା ନେଇ ମୁଁ ଆଜି ଠାରୁ ଦଳର ନଗର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ସହ ଆସନ୍ତା କଲି ଟିଟିଲାଗଡ଼ ଗସ୍ତରେ ଆସୁଥିବା ରାଜ୍ୟ ସଭାପତି ମନମୋହନ ସାମଲ ଏଥିପ୍ରତି ଦୃଷ୍ଟି ଦେବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିବେଦନ କରିଛନ୍ତି ଶ୍ରୀ ଭାଟି ।