
କଣ୍ଟାବାଞ୍ଜି ବ୍ୟୁରୋ: ୦୬/୧୦(ନରେନ୍ଦ୍ର ନେଗୀ)ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅଫିସ ପରିସରରେ ତୁରେକେଲା ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ସାଇବର ଠକେଇ କଣ, ସାଇବର ଠକେଇ ରୁ ବଞ୍ଚିବା ପାଇଁ କଣ ପଦକ୍ଷେପ ନେବା ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚନା ର ବିଷୟ ହୋଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସାଇବର ଠକେଇ ବାବଦରେ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏଡିପିଓ ଗୌରାଙ୍ଗ ଚରଣ ସାହୁ, ବିଡ଼ିଓ ଦେବାଶିଷ ସାମଲ,ମେଡିକାଲ ଅଫିସର ସ୍ବାଗତ କୁମାର ଖମାରୀ, ଉମାକାନ୍ତ ସାହୁ, ତୁରେକେଲା ଥାନା ଅଧିକାରୀ ଭାନୁ ଶଙ୍କର ଯାଦବ ଉପସ୍ଥିତ ଥିଲେ।