
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ସଦ୍ଭାବନା ସଭାଗୃହ ରେ ଜିଲ୍ଲା ପକ୍ଷରୁ ଲୋକକଳା ସାଂସ୍କୃତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଅନ୍ତର୍ଗତ ୭ ଟି କଳାକାର ଦଳକୁ ଚୟନ କରିଥିଲା । ଚୟନ ପ୍ରକ୍ରିୟା ପରବର୍ତ୍ତୀ ସମୟରେ ସେମାନଙ୍କୁ ଶିବିର ମଧ୍ୟରେ ସରକାର ଙ୍କ ଦ୍ୱାରା ପ୍ରଣୀତ ଏକାଧିକ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ ଉଦ୍ଧେଶ୍ୟ ରେ ପ୍ରଶିକ୍ଷଣ କରାଯାଇଥିଲା । ଯାହା ଉକ୍ତ ସରକାରୀ ଯୋଜନା ମାନଙ୍କୁ ସେମାନେ ଅଞ୍ଚଳ ର ଗାଁ/ବସ୍ତି ମାନଙ୍କ ରେ ପହଞ୍ଚି କଳା ସଂସ୍କୃତି (ନାଚ/ଗୀତ ତଥା ପଥପ୍ରାନ୍ତ ନାଟକ ) ମାଧ୍ୟମ ରେ ପ୍ରଦର୍ଶିତ କରି ଜନସାଧାରଣ ଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମ କୁ ଜିଲ୍ଲା ଲୋକ ସମ୍ପର୍କ ଓ ଅଧିକାରୀ ମୁଖ୍ୟ ଅତିଥି ଭାବେ ବସନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ କୁମ୍ଭରିକା, ବିପିଏମ ସୁମନ ସିଂ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋଷ୍ନା ରାଣୀ ବାରିକ ଉପସ୍ଥିତ ଥିଲେ । ସେହିପରି ସାଂସ୍କୃତିକ ସଂଘ ପକ୍ଷରୁ ଉପ ସଭାପତି,ଜିଲ୍ଲା ସାଂସ୍କୃତିକ ସଂଘ ସନ୍ତାଷ କୁମାର ବଛା କାଶୀପୁର ବ୍ଲକ ଉପ ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ, ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।