
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତକାଲି ଅଦ୍ଭୁତପୁର୍ବ ଉପଖଣ୍ଡ ବନ୍ଦ ହେବା ପରେ ଏହାକୁ ପ୍ରଶାସନ ଗୁରୁତର ସହିତ ନେଇଛି।ଗତ ୩୯ ଦିନ ଧରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା ଗଠନ ଦାବୀ ନେଇ ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସହ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଆଲୋଚନା ପାଇଁ ଡ଼ାକରା ଦେଇଥିଲେ। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ଆଲୋଚନାରେ ସମୟରେ ଜିଲ୍ଲା ଦାବୀ ନେଇ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୩୭ ଦିନ ଧରି ଦିଆଯାଇଥିବା ସମସ୍ତ ଦାବୀ ପତ୍ର କୁ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାର ଙ୍କୁ ପଠାଇ ଦିଆ ଯାଇଥିବା ପ୍ରକାଶ କରିଥିଲେ। ରାଜ୍ୟ ପ୍ରଶାସନ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ପ୍ରକାଶ କରି ଆନ୍ଦୋଳନକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। କ୍ରିୟାନଷ୍ଠାନ କମିଟି ର ଆବାହକ ରାଜ୍ୟ ସରକାରଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପାଇଁ ଏକ ପ୍ରତିନିଧି ମଣ୍ଡଳ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ବର ଠାରେ ସାକ୍ଷାତ କରିବା ପାଇଁ ସ୍ଥିର କରାଯାଇଥିବା ପ୍ରକାଶ କରିଥିଲେ। ଜିଲ୍ଲା ଦାବୀ ଆନ୍ଦୋଳନରେ ଜନସାଧାରଣ ଓ ପ୍ରଶାସନ ଙ୍କୁ ଅସୁବିଧାରେ ନ ପକାଇ ପ୍ରତୀକାତ୍ମକ ଭାବେ ଜାରି ରଖିବା ପାଇଁ ଆବାହକ ଜଣାଇ ଦେଇଥିଲେ।
ଏହି ଆଲୋଚନାରେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ସହ ଜିଲ୍ଲାପାଳ ନନ୍ଦୀ କିଶୋର ସେଠୀ, ଗରିବ ଦୀପ, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ କ୍ରିୟାନୁଷ୍ଠାନ କମିଟିର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀ, ଏନ୍ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ହୃଷୀକେଶ ମିଶ୍ର, ଆଇନଜୀବି ଦିଗାମ୍ବର ଦୁରିଆ, ସୁବାସ ଚନ୍ଦ୍ର ପାଣିଗ୍ରାହି, ଚେମ୍ବର୍ ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ବିଜେଡି ନେତା ବିବେକ ରଞ୍ଜନ ମିଶ୍ର,ଯୁବ କାର୍ଯ୍ୟକର୍ତ୍ତା ଜନ୍ମେଜୟ ନାଏକ, ବ୍ରଜେଶ୍ ପଣ୍ଡା, ଡାକେଶ୍ୱର୍ ଲହଜଲ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ କୁମାର ପଣ୍ଡା, ବୈଦ୍ୟନାଥ ବେହେରା, ଅଂଶୁମାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।