
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ ଉନ୍ନତ ସରକାରୀ ଉଛ ବିଦ୍ୟାଳୟ ଠାରେ 2023 ସୁରଭି କାର୍ଯ୍ୟକ୍ରମ ତଥା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ପାଳନ କରାଯାଇଛି।କାର୍ଯ୍ୟକ୍ରମରେ ଭଗବାନ ଶ୍ରୀ ଗଣେଶଙ୍କ ଫଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପୋ ପ୍ରଜ୍ୱଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଓ ବରିଷ୍ଠ ପ୍ରତିଭା ପିଲାଙ୍କ ପାଇଁ ବିତର୍କ, ପ୍ରବନ୍ଧ, ଚିତ୍ରଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକୃତା, ଓଡ଼ିଆ ହସ୍ତାକ୍ଷର, ମିଲେଟଶ କୁଇଜ, ସଙ୍ଗୀତ ଓ ନୃତ୍ୟ ଭଳି ବିଭିନ୍ନ ବିଷୟରେ ପ୍ରତିଯୋତାର ଆୟୋଜନ କରାଯାଇଥିଲା ।ଶେଷରେ କୃତିତ୍ୟ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାର ପୁରସ୍କାର ବିତରଣ କରି ସନ୍ନମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ କାଶୀପୁର “କ” ଯୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅମ୍ବିକା ମାଝୀ ଓ ନାଏବ ସରପଞ୍ଚ ଶ୍ରୀମତୀ ମଞ୍ଜୁଳା ନାଏକଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ଏବଂ ମୁଖ୍ୟ ପ୍ରବକ୍ତା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନରମା ଦାସ ଛାତ୍ର ଛାତ୍ରୀଙ୍କୁ ଉଦ୍ବୋବଧନ ଦେଇ ଉତ୍ସାହିତ ସୋଇଥିଲେ ।
କାର୍ଯ୍ୟକ୍ରମ ଟି CRCC ଶ୍ରୀ ହେମନ୍ତ କୁମାର ମହାରଣାଙ୍କ ତତ୍ୱବାଧାନରେ ସୁରଭି ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବଂ କାର୍ଯ୍ୟକ୍ରମ ର ସୁପରିଚାଳନା ପିଇଟି ଶିକ୍ଷକ ଦେବାଶିଷ ପାତ୍ର ତୁଲାଇ ଥିଲେ ।ଉକ୍ତ ଉତ୍ସବରେ ପଞ୍ଚାୟତର ୧୭ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଏବଂ ପାଖାପାଖି ୫୦୦ ସହ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।