କଳାହାଣ୍ଡି: (ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କର ପଲା ଗ୍ରାମର ରାଇମତି ମାଝି (୩୫) , ତାଙ୍କ ଛୋଟ ଶିଶୁ ପୁତ୍ର ଏବଂ ମହେନ୍ଦ୍ର କୁମାର ନାମକ ଜଣେ ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି ।

ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ରାଇମାତି ଗାଁ ର ଜନୈକ ବ୍ୟକ୍ତି ଙ୍କ ଜମି ରେ କାମ କରି ଘରକୁ ଫେରୁଥିବା ବେଳେ ରାସ୍ତା ରେ ହିଁ ତାଙ୍କୁ ଏବଂ ତାଙ୍କ ଶିଶୁପୁତ୍ର କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛି । ସେଭଳି ସେହି ସ୍ଥାନ ରୁ ଅଳ୍ପ ଦୂରରେ ବୃଦ୍ଧ ମହେନ୍ଦ୍ର କୁମାର କୁ ମଧ୍ୟ ଗଳା କାଟି ହତ୍ୟା କରାଯାଇଛି ।

ଏହି ହତ୍ୟା କାଣ୍ଡ କିଏ ଏବଂ କାହିଁକି କଲା ତାହା ସ୍ପଷ୍ଟ ହୋଇ ନାହିଁ l ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି l ରାଇମତି ମାଝି ର ସ୍ବାମୀ ବ୍ରଜ ମାଝି ଏକ ହତ୍ୟା ଘଟଣା ରେ ବର୍ତ୍ତମାନ ଧର୍ମଗଡ ଜେଲ ରେ ଅଛି । ଖବର ପାଇ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ନିଜ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l