
ମୁନିଗୁଡା :(ରାମାକାନ୍ତ ପୋଡାଳ )ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ବାଙ୍କମ ପଞ୍ଚାୟତର ଅନ୍ତର୍ଗତ ସର୍ଗି ପଦର ଗ୍ରାମର ବାସିନ୍ଦା ମାନଙ୍କ ଅନେକ ଗୁଡ଼ିଏ ସମସ୍ୟା ପାଣି ସମସ୍ୟା, ବଡ଼ ବଡ଼ କୁଆ ପଥର ପଡ଼ି ଗାଁ ଲୋକଙ୍କ ଘରର ଛାତ ରେ ଥିବା ଆଯବେଷ୍ଟ ସିଟ୍ କଣା ହେଇଛି ଓ ସିଟ୍ ଫାଟି ଯାଇଛି।ସରକାର ତରଫରୁ ଛାତ ରେ ବର୍ଷା ଦାଉରୁ ରକ୍ଷା ପାଇଁ ପୋଲିଥିନ ଜରି ଦେଇଛନ୍ତି ତାହା କାର୍ଯ୍ୟ କାରି ହେଉନି, ତିନୋଟି ସୋଲାର ପ୍ୟାନେଲ ପାଣି ଟାଙ୍କି ଅଛି କିନ୍ତୁ କାର୍ଯ୍ୟକାରୀ ହେଉନି ଅଚଳ ହୋଇପଡିଛି।
ବୁଢ଼ା ବୁଢ଼ୀ ମାନଙ୍କୁ ବାର୍ଦ୍ଧକ୍ୟ ଭତା ଠିକ ଭାବେ ମିଳୁନି । ବ୍ୟାଙ୍କ୍ ଓ ପିଓ ଓ କାଶିପୁର ବ୍ଲକ କାର୍ଯ୍ୟଳୟ ବୁଲି ବୁଲି ଥକି ଗଲେଣି ପ୍ରଶାସନ ନିକଟରେ ଦାବି କରି ଓ ଗୁହାରୀ କରି ହାଲିଆ ହୋଇ ଗଲେଣି, ପ୍ରଶାସନ ତରଫରୁ କୌଣଷି ଉଚିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି।
ଶେଷ ରେ ଗ୍ରାମବାସୀ ମାନେ ନିଷ୍ପତ୍ତି ନେଇଛନ୍ତି ଯେ ଗ୍ରାମର ପାଣି ସମସ୍ୟା, ବୁଢ଼ା ବୁଢ଼ୀ ମାନଙ୍କ ଭତା ଓ ଅନେକ ସମସ୍ୟା ସମାଧାନ ନ ହେଲେ ଗ୍ରାମ ବାସି ମାନେ କହୁଥିଲେ ଯେ ନିର୍ବାଚନ ରେ ଅଂଶ ଗ୍ରହଣ କରିବୁ ନାହିଁ ତାଙ୍କ ଗ୍ରାମର ସମସ୍ୟା ସମାଧାନ ନକଲେ ଭୋଟ ବର୍ଜ୍ଜନ କରିବୁ କହୁଥିଲେ। ଉକ୍ତ ଗ୍ରାମରେ ତିନୋଟି ସୋଲାର ପାଣିଟାଙ୍କି ଅଛି କିନ୍ତୁ କାମ କରୁନାହିଁ ଖରାପ ହେଇ ପଡିଛି। ଉକ୍ତ ଗ୍ରାମରେ 86 ପରିବାର ପ୍ରାୟ 300 ଲୋକେ ବସବାସ କରୁଛନ୍ତି । ପାନୀୟ ଜଳ ନିମନ୍ତେ ଦୁଇଟି ନଳକୁପରେ ନିର୍ଭର କରିଥାନ୍ତି। ସରକାରଙ୍କ ଓ ପ୍ରଶାସନ ଇଛା ଶକ୍ତି ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।