୫ ଦଫା ଦାବୀ ନେଇ ଧର୍ମଗଡ ଜେଲ କର୍ମଚାରୀଙ୍କ ଆମରଣ ଅନଶନ l ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲେ ବି ସରକାର ଦାବୀ ପୂରଣ ନ କରିବା ରୁ ଗତ ୧୨  ତାରିଖ ଠାରୁ ୨୪  ତାରିଖ ପର୍ଯ୍ୟନ୍ତ କଲାବେଚ ପରିଧାନ କରି ଆନ୍ଦୋଳନ କରି ଆସୁଥିଲେ କିନ୍ତୁ ସରକାର ତାଙ୍କ ଦାବୀ ନ ଶୁଣିବା ରୁ ଆଜି ଠାରୁ ଆମରଣ ଅନଶନ ଧାରଣା ଦେଇଛନ୍ତି ଜେଲ କର୍ମଚାରି l ଅନଶନରତ ଜେଲ କର୍ମଚାରୀଙ୍କ ପ୍ରମୁଖ ଦାବୀ ଗୁଡିକ

୧. କାରାରକ୍ଷୀ ମାନଙ୍କ ଗ୍ରେଡ଼ ପେ ୧୯୦୦  ଟଙ୍କା ରୁ ୨୦୦୦  ଏବଂ ମୁଖ୍ୟ କାରାରକ୍ଷୀ ଙ୍କ ୨୦୦୦  ରୁ ୨୪୦୦ ଙ୍କୁ ବୃଦ୍ଧି,

୨ .ପୁରୁଣା ପଦୋନ୍ନତି ନିୟମ ଲାଗୁ,

୩.  ଉପଖଣ୍ଡ ସ୍ତରକୁ ବଦଳି ନିୟମ ଉଛେଦ

୪.ଖାଦ୍ୟ ଭତ୍ତା ୪୦୦  ରୁ ୧୪୦୦  କୁ ବୃଦ୍ଧି ଏବଂ ସପ୍ତମ ବେତନ କମିଶନ ୨୦୧୭  ଅନୁଯାୟୀ ୧୩  ମାସିଆ ଦରମା ବୃଦ୍ଧି ଭଲି ପ୍ରମୁଖ ଦାବୀ କରି ଧର୍ମଗଡ ଜେଲ କର୍ମଚାରୀଙ୍କ ଧର୍ମଗଡ ଜେଲ ସାମ୍ନାରେ ଅନଶନ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଅନଶନରତ ଜେଲ କର୍ମଚାରୀ କହିଛନ୍ତି l