ହରଭଙ୍ଗା :୨୨ /୦୯ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଉପାନ୍ତ ଅଂଚଳ ଜିଲ୍ଲାର ପୂର୍ବ ଶେଷ ସୀମା ଶୀତଳପାଣି ମା ଗେରୁଡୁ ଦେବି ପୀଠ ରେ ଆଜି ଦିନ 2ଘଣ୍ଟl ସମୟରେ ନବlହ୍ନ ଲାଗି ହୋଇଥିଲା!ଗେରୁଡୁ ମା ପୀଠରେ କୁମାରୀ, ଅତଲସରା ଓ ଶୀତଳପାଣି ତିନି ଖଣ୍ଡ ମୌଜା ର ଅଧିବାସୀ ଏକତ୍ରିତ ହୋଇ ଏହି କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ କୁ ପାଳିତ କରିଥିଲେ!

ପ୍ରଥମେ ପୂଜକ ମା ଗେରୁଡି ଦେବି ଙ୍କ ପାଖରେ ନୁଆଁ ଧାନ ର ନବlହ୍ନ ଲାଗି କରି ରୀତିନୀତି ଅନୁସାରେ ପୂଜାର୍ଚନା କରିଥିଲେ!ପରେ ଉକ୍ତ ତିନିଖଣ୍ଡ ମୌଜା ବlସି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇଥିଲେ! ଏହିନୁଆଁ ଖାଇ କାର୍ଯ୍ୟକ୍ରମରେ ସଦାନନ୍ଦ ନାଏକ, ଦେହୁରୀ, ରବି ବାହୁକ ସୁରେଶ ଦେହୁରୀ, ପ୍ରକାଶ ଦେହୁରୀ ବିଜ୍ଞାନ ବେହେରା,ସୁଜ୍ଞାନ ବେହେରା, ଦେହୁରୀ ଙ୍କ ସମେତ ତିନିଖଣ୍ଡ ମୌଜାବାସୀ ସହଯୋଗ କରିଥିଲେ!