ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା ସତ୍ୟନାରାୟଣ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗୀତା ମନୋଭାବ ଆଣି ପାଠ ପଢ଼ିବାକୁ ହେବ ବୋଲି ମତ ଦେଇଥିଲେ
। ଏଥିରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ସାଇ ଇଂଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଡ ବିଜୟ କୁମାର ସାହୁ,ଶିକ୍ଷାବିତ୍ ବିପିନ ବିହାରୀ ଜେନା ପ୍ରମୁଖ ଯୋଗ ଦେଇ ଉତମ ଛାତ୍ର ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାହିତ୍ୟିକ ନବକିଶୋର ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ବିରଜା ମଣ୍ଡଳ ଉନ୍ମୋଚିତ ହୋଇଥିଲା । ପରେ ଓଲିଉଡ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।