Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଯୋଜନାବଦ୍ଧ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ,ଜାଲ ସାଲାରୀ ସ୍ଲିପ ଦାଖଲ କରି କରୁଥିଲେ ଋଣ

237 0

ଭୁବନେଶ୍ୱର : ସମ୍ବାଦ ଋଣ ଠକେଇ ମାମଲାରେ ବଢୁଛି ଅଭିଯୋଗର ଫର୍ଦ୍ଦ । ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆଜି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ଏବେ ତଦନ୍ତ ଚାଲିଛି ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି ବୋଲି ଇଓ଼ଡବ୍ଲୁ ପକ୍ଷରୁ କୁହାଯାଇଛି । ସମ୍ବାଦ ବ୍ୟାଙ୍କ ସ୍କାମର ଦ୍ବିତୀୟ ଦିନ ଜେରାରେ ମହା ଖୁଲାସା କରିଛି ଇଓଡବ୍ଲୁ । ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଛି । ଜେରା ସମୟରେ ସମ୍ବାଦ ଭବନରୁ ମିଳିଛି ଅନେକ ସନ୍ଦେହଜନକ ଦସ୍ତାବେଜ ।

ଯୋଜନାବଦ୍ଧ ଭାବେ ଏହି ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃଦ୍ଧି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି । ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି ।ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ନୟାପଲ୍ଲୀ ଶାଖାରୁ ଏହି ଋଣ ଉଠାଯାଇଛି । ସବୁ କର୍ମଚାରୀଙ୍କ ନାଁରେ ୫ଲକ୍ଷ ଟଙ୍କାର ଋଣ କରାଯାଇଛି ।

ଘର ତିଆରି କିମ୍ବା ଘର ମରାମତି ନାଁରେ ଏହି ଋଣ ଉଠାଯାଇଛି । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କରେ କର୍ମଚାରୀଙ୍କ ଜାଲ ସାଲାରୀ ସ୍ଲିପ ଦାଖଲ କରିଛନ୍ତି । ପ୍ରକୃତ ଦରମା ଠାରୁ ଦୁଇଗୁଣା କିମ୍ବା ତାଠାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ ହୋଇଛି । କିଛି କର୍ମଚାରୀଙ୍କୁ ଦୁଇରୁ ତିନି ଥର ଋଣ କରିବାକୁ ବାଧ୍ୟ କରାଯାଇଥିଲା । କୌଣସି କର୍ମଚାରୀଙ୍କୁ ମାସିକ ସାଲାରୀ ସ୍ଲିପ ଦିଆଯାଉନଥିଲା । କର୍ମଚାରୀଙ୍କ ପାଇଁ ଇଷ୍ଟର୍ଣ୍ଣ ମିଡିଆ ଋଣ ବାବଦ ଇଏମଆଇ ଦାଖଲ କରୁଥିଲା । ପ୍ରତ୍ୟେକଟି ଋଣ ୬୦ଟି ଇନଷ୍ଟାଲମେଣ୍ଟରେ ଶୁଝାଯାଉଥିଲା । ସମ୍ବାଦ ଛାଡିବା ପରେ ମଧ୍ୟ କର୍ମଚାରୀଙ୍କ ନାଁରେ ଉଠାଯାଇଥିବା ଋଣ ଉପରେ ସମ୍ବାଦ ଇଏମଆଇ ଦାଖଲ କରିଛି । ସମ୍ବାଦରେ ଏଭଳି ବ୍ୟାଙ୍କ ସ୍କାମ ବର୍ଷ ବର୍ଷ ଧରି ଚାଲୁଛି । ଏହା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି କହିଛି ଇଓଡବ୍ଲୁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Related Post

ଅସମ୍ପୂର୍ଣ ନୂଆପଡା ପୋଲ, ବର୍ଷା ଆସିଲେ ଚିନ୍ତାରେ ଗ୍ରାମବାସୀ

Posted by - July 10, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ଉପାନ୍ତ ଅଞ୍ଚଳ କୁହାଯାଉଥିବା ହରଭଙ୍ଗା ବ୍ଲକର ମହାଳିକପଡା ପଞ୍ଚାୟତ ନୂଆପଡା ଗ୍ରାମକୁ ବର୍ଷା ଦିନେ ଯିବାକୁ ହେଲେ ବାଧକ ସାଜିଥାଏ ଅସମ୍ପୂର୍ଣ୍ଣ ପୋଲ l…

ଭକ୍ତଙ୍କ ପାଇଁ ରାମେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଖୋଲିବାକୁ ଦାବୀ

Posted by - July 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ହେଉଛି ଅଷ୍ଟ ଶମ୍ଭୁ ଙ୍କ ସହର l ତେଣୁ ଏହି ସହର କୁ ବିଶେଷ ଭାବରେ ଶ୍ରାବଣ ମାସରେ ବୋଲବମ ଭକ୍ତ…

ଯାଜପୁର ଜିଲ୍ଲାରେ ତିନୋଟି ନୂତନ ଥାନାକୁ ଉଦଘାଟିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

Posted by - January 10, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ତିନୋଟି ନୂତନ ଥାନାକୁ ଭିଡିଓ କନଫରେସିଂ ମଧ୍ୟ୍ୟମରେ ଉଦଘାଟିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ l ଯାଜପୁର ଜ଼ିଲ୍ଲାର…

ବହୁ ପ୍ରତୀକ୍ଷିତ ସେତୁର ଅନ୍ତ ଘଟିବ ଜୁନ ୨୩ରେ,ଘଣ୍ଟାପଡ଼ା-ବସାଶଙ୍କର ନିର୍ମାଣଧୀନ ସେତୁ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ

Posted by - January 3, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ତେଲ ନଦୀ ଉପରେ ନିର୍ମାଣଧୀନ ଘଣ୍ଟାପଡ଼ା-ବସାଶଙ୍କର ସେତୁ ପରିଦର୍ଶନ କଲେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ବୌଦ୍ଧ…

ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଲାଇନ୍‌ମ୍ୟାନ ସଂଘର ବିରୋଧ ଲାଇନ୍‌ମ୍ୟାନ ଦିବସରେ ଲାଇନ୍‌ମ୍ୟାନଙ୍କ ବିକ୍ଷୋଭ

Posted by - March 5, 2023 0
ଯାଜପୁର ଟାଉନ: ଯାଜପୁର ଦଶରଥପୁର ବ୍ଲକ ଲାଇନ୍‌ମ୍ୟାନ ସଂଘ ଆହ୍ୱାନକ୍ରମେ ଟାଟା ପାୱାର ଦ୍ୱାରା ପାଳିତ ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଯାଜପୁର ପାୱର ଏମ୍ପ୍ଲଇଜ୍ ୟୁନିୟନ୍ ବିରୋଧ…