Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ବସକୁ ଧରିଲା ଏମଭିଆଇ, ବିନା ଫିଟନେସ ଓ ଇଁଶ୍ୟୁରେଂଶରେ ବୁହା ହେଉଥିଲେ ଛାତ୍ର ଛାତ୍ରୀ

24 0

ଜୋରିମାନା ପଡ଼ିଲା ୧ ଲକ୍ଷ ୬୩ ହଜାର ଟଙ୍କା

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ନିଜ ଗାଡ଼ିର କାଗଜପତ୍ର, ଇଁଶ୍ୟୁରେନ୍ସ, ଫିଟନେସ, ପୋଲ୍ୟୁସନ୍ ସାର୍ଟିଫିକେଟ ସଦାବେଳେ ଠିକ କରି ରଖିବାକୁ କୁହାଯାଉଛି। ବାରମ୍ବାର ତାଗିଦ କରିବା ସହ ଆଇନ ଉଲଂଘନ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।

ଏହା ପରେ ମଧ୍ୟ ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲର ଛ ଟି ସ୍କୁଲ ବସ ବିନା ଫିଟନେସ, ଇନ୍ସ୍ୟୁରେନ୍ସ, କାଗଜପତ୍ର ଠିକ ନ ଥାଇ ପ୍ରତି ବସରେ ସିଟ ସଂଖ୍ୟା ଠାରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ନେଉଥିବା ବେଳେ ବଲାଙ୍ଗୀର ଏମଭିଆଇ (ଆରଟିିଓ) ବିଭାଗ ତରଫରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ନିକଟରେ ଅଚାନକ ଚଢ଼ାଉ କରି ସମସ୍ତ ବସକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ କିଛି ଚାଳକ ମାନେ କିଛି କାଗଜପତ୍ର ଦେଖାଇ ପାରିଲେ ନାହିଁ, ଛାତ୍ର ଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇ କିଭଳି ସରକାରି ନିୟମକୁ ନ ମାନି ବିଦ୍ୟାଳୟର ପ୍ରିନ୍ସିପାଲ ଏହିପରି ଅସୁରକ୍ଷିତ ବସ ଯୋଗେ ଛୁଆ ମାନଙ୍କୁ ନେବା ଆଣିବା କରୁଥିଲେ ଏହା ଦେଖି ଏମଭୀଆଈ (ଆରଟିଓ) ଅଧିକାରୀ ଚକିତ ହୋଇଯାଇଥିଲେ।

ଏହି ଚଢାଉରେ ଟ୍ରାଫିକ ଇନ୍ସପେକ୍ଟର ୟସବନ୍ତ ଚୀନାରାଙ୍କ ଗୋଟିଏ ଟିମ ସହ ହରେକୃଷ୍ଣ ନାୟକ, ସିଶିଲିଆ ହୋରୋ, ସତ୍ୟରଞ୍ଜନ ପ୍ରଧାନ ଏବଂ ଅନ୍ୟାନ୍ୟ ଷ୍ଟାଫ ସାମିଲ ଥିଲେ। ବର୍ତମାନ ଛ ଟି ଗାଡ଼ିକୁ ଗାଡ଼ିକୁ ଫାଇନ ପକାଇବା ସହ ସାତ ଦିନ ଭିତରେ ଗାଡ଼ିର କାଗଜପତ୍ର ଠିକ ନ କଲେ ଗାଡି ସିଜ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖୋଦ୍ ପରିବହନ ମନ୍ତ୍ରୀଙ୍କ ନିଜ ସହରରେ ଏଭଳି ଅବ୍ୟବସ୍ଥା ବିଷୟରେ ଆମ ଖବରକାଗଜରେ ପୁର୍ବରୁ ପ୍ରକାଶିତ କରିଥିଲୁ, ଡେରିରେ ହେଉ ପଛେ ପରିବହନ ବିଭାଗ ପକ୍ଷରୁ ଏହି ଚଢାଉ ହେବା ପରେ ବହୁ ଛାତ୍ର ଛାତ୍ରି ବଡ଼ ବିପତ୍ତିରୁ ଉଦ୍ଧାର ପାଇଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ବିଦ୍ୟାଳୟର ଅଧ୍ୟକ୍ଷ / ପ୍ରିନ୍ସିପାଲ କିଭଳି ଜାଣିଶୁଣି ଛାତ୍ର ଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିଲେ, ଗାଡ଼ି ସବୁ ପୁରୁଣା ତଥା ବିନା ଫିଟନେସରେ ଚାଲୁଥିଲା। ପ୍ରିନ୍ସିପାଲଙ୍କୁ ପଚାରିବାରୁ ବିଦ୍ୟାଳୟର ଅବସ୍ଥା ଭଲ ନାହିଁ, ତିନୋଟି ନୂତନ ବସ ବରଗଡ଼ରୁ ଆଣିବା ପାଇଁ ଅର୍ଡର ଦେଇଛୁ ଆସିଲେ ପୁରୁଣା ବସକୁ ସ୍କ୍ରାପ ରେ ଦେବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ତାମାନେ ଜାଣିଶୁଣି ସେ ଏହି ବସ ଗୁଡ଼ିକୁ ଚଲାଉଥିବା ସ୍ବୀକାର କରିଛନ୍ତି।

Related Post

ଅର୍ଥ ମନ୍ତ୍ରୀଙ୍କ ମାରାଥନ ଉଦଘାଟନ

Posted by - April 17, 2023 0
ସୁବର୍ଣ୍ଣପୁର:୧୬/୦୪ (ଅଜିତ କୁମାର ପୁଜାହାରୀ)ରାଜ୍ୟ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ସୁବର୍ଣ୍ଣପୁର ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ଆଜି ସକଳୁ…

ନିର୍ମାଣାଧିନ ନୂତନ ବସଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ କି?

Posted by - June 20, 2022 0
ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନିପାଟଣା ସହରର ନୁତନ ଭାବେ ନିର୍ମାଣ କରାଯାଉଥିବା ବସଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ କୁ…

ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - March 5, 2020 786
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ ।…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ,ପ୍ରଣବ ପ୍ରକାଶ ଦାସ ଙ୍କ ଶୋକ

Posted by - June 2, 2021 0
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ…