Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୌଦ୍ଧଜିଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

44 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)୧୫ା୯ : ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି । ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ପରେ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜିଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଜିଲାରେ ସମସ୍ତ ଅଧିକାରୀମାନଙ୍କୁ ଯେକୌଣସି ଜରୂରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହିତ ସ୍ୱୟଂସହାୟକ ଗୋଷ୍ଠୀ,ସ୍ୱେଛାସେବୀ ସଂଗଠନ,ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହିତ ଯୋଗାଯୋଗ ରଖି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍‌,୫ ମ ଆଇଆରବି ବାଟାଲିୟନ,ଏନସିସି ଛାତ୍ରଛାତ୍ରୀ, ଯୁବ ରେଡକ୍ରସ ଓ ଯୁବ ସ୍ୱେଛାସେବୀମାନଙ୍କୁ ସାମିଲ କରାଇ ବନ୍ୟା ପିଡିତଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ଏଥିସହିତ ଜିଲା ଓ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା, ବର୍ଷା ଓ ନଦୀର ଜଳସ୍ତର ରେକର୍ଡ କରାଯିବା,ନିରନ୍ତର ବିଦ୍ୟୁତ ସେବା ଯୋଗାଇଦେବା,ପେଟ୍ରୋଲିଂ କରାଯିବା,ଆବଶ୍ୟକସ୍ଥଳେ ତଳି ଅଞ୍ଚଳରେ ରହୁଥିବା ପରିବାରମାନଙ୍କୁ ସୁରକ୍ଷିତ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା, ବନ୍ୟା ଆଶ୍ରୟସ୍ଥଳ ଗୁଡିକରେ ଖାଦ୍ୟ,ପାନୀୟଜଳ,ପାଇଖାନା ବ୍ୟବସ୍ଥା କରାଯାଇବା,ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା,କୂପ ଓ ନଳକୂପମାନଙ୍କରେ ରାସାୟନ ପ୍ରୟୋଗ କରି ବିଶୁଦ୍ଧ ପାନୀୟଜଳ ଯୋଗାଇବା,ସାପ କାମୁଡା ଇଂଜେକସନ ମହଜୁଦ ରଖିବାସହ ସାପ କାମୁଡିଲେ ଗୁଣି ଗାରେଡିର ସାହାଯ୍ୟ ନନେଇ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇବା ଏବଂ ମା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲ । ଦୁର୍ବଳ ନଦୀବନ୍ଧ,କେନାଲ ଓ ନଦୀଜଳ ପ୍ରବେଶ ଆଶଙ୍କା ଥିବା ସ୍ଥାନମାନଙ୍କରେ ବାଲିବସ୍ତା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ସମସ୍ତ ତହସିଲଦାର,ଏନଏସି ନିର୍ବାହୀ ଅଧିକାରୀ,ପୁର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ପ୍ରଭାତ କୁମାର ଦାଶ,ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ,ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସମସ୍ତ ବିବାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Post

ତିନିମାସ ହେଲା ପାଇନାହାନ୍ତି ପାରିଶ୍ରମିକ

Posted by - September 8, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଶ୍ରମିକ ଙ୍କ ପାରିଶ୍ରମିକ ଅର୍ଥ ନ ପାଇ ଅଫିସ…

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଓଡିଶା ସରକାରଙ୍କ ଦ୍ବାରା ଦଶମ ପର୍ଯ୍ୟାୟ ଭିନ୍ନକ୍ଷମ…

ରାଜିଙ୍ଗ ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Posted by - April 19, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ମହା ଆଡମ୍ବରରେ ମଙ୍ଗଳବାର ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ପ୍ରାନ୍ତଃ…

ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

Posted by - August 16, 2023 0
ବୌଦ୍ଧ:୧୬ା୮(ଚିତ୍ତରଞ୍ଜନ ସିଂହ)ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧନତା ଦିବସ ମହାସାରୋହରେ ପାଳିତ ହୋଇଯାଇଛି । ଜିଲା ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ…

ଉପଜିଲ୍ଲାପାଳ ଙ୍କ ଆଶାଳୀନ ବ୍ୟବହାର ନେଇ ମାନବାଧିକାର ଆୟୋଗ ଙ୍କ ଦ୍ୱାରସ୍ଥ

Posted by - March 26, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ବୌଦ୍ଧ ଜିଲ୍ଲା ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କଅଁର ଙ୍କ ବିରୋଧ ରେ ରାଜ୍ୟ ମାନବାଧିକାର ଆୟୋଗ ଙ୍କ ଠାରେ ଅଭିଯୋଗ…