Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡ ସହରବାସିଙ୍କୁ ନୂଆଖାଇ ଭେଟିଦେଲେ ମୁଖ୍ୟମନ୍ତ୍ରୀ- କୁମୁଡା ପାହାଡ଼ର ସୌନ୍ଦର୍ଯ୍ୟ କରଣ ପାଇଁ ୧ କୋଟି ୮୮ ଲକ୍ଷ ଟଙ୍କାର ଦେଲେ ଅନୁଦାନ

129 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ଯ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ଥିବା ପ୍ରଭୂ ଧବଳେଶ୍ୱର ମନ୍ଦିର। ଏହି ମନ୍ଦିରର ଉନ୍ନତି କରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ସଦାବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉନ୍ନତି କରଣ ପାଇଁ ଦାବି କରି ଆସୁଥିଲେ।

ଏହାକୁ ହୃଦୟଙ୍ଗମ କରି କୁମୁଡ଼ା ପାହାଡ଼ର ସୌନ୍ଦର୍ଯ୍ୟ କରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ କୋଟି ୮୮ ଲକ୍ଷ୍ୟ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି, ଯାହାକି ଆଗାମୀ ଦିନରେ ଆସୁଥିବା ଗଣପର୍ବ ନୂଆଖାଇ ପାଇଁ ଭେଟି ସଦୃଶ ହୋଇଛି। ବିକଶିତ ଟିଟିଲାଗଡ଼ର ବିନ୍ଧାଣୀ ସାଜିଥିବା ଟିଟିଲାଗଡ଼ର ବିଧାୟିକା ଶ୍ରୀମତୀ ସାହୁଙ୍କୁ ଟିଟିଲାଗଡ଼ ବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଏହା ପୁର୍ବରୁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ, ଭୂତଳ ପୋଲ, ମହାରାଜ ସାଗରରେ ନିର୍ମିତ ନୂତନ ପାର୍କ ଭଳି ଉନ୍ନୟନ ମୂଳକ କାର୍ଯ୍ୟର ଆରମ୍ଭ କରି ଉଦଘାଟନ କରିଛନ୍ତି। ନିଜ ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ସଫଳତାରେ ଆଉ ଏକ ପାହାଚ ଯୋଡ଼ି ହୋଇଗଲା। ଗୋଟିଏ ପଟେ ବିରୋଧୀ ଖାଲି ଚା ଖଟିରେ ବସି କେବଳ ଏହି ଉନ୍ନୟନ କାମର ସମୀକ୍ଷା ବୈଠକ କରିବା ସାର ହେଉଥିବା ବେଳେ ବିରୋଧୀଙ୍କୁ କଥାରେ ନୁହେଁ କାମରେ କରି ଦେଖାଉଛନ୍ତି ମନ୍ତ୍ରୀ। ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କୁ ମୁଦ୍ଦା ମିଳିବା କଷ୍ଟକର ହୋଇଗଲାଣି।

Related Post

ରେଙ୍ଗାଲି ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ରୁ ଶ୍ରଦ୍ଧାଞ୍ଜଳୀ

Posted by - December 10, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)ହେଲିକେପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ସିଏସଡି ଜେନେରାଲ ବିପିନ ରାୱତ ତଥା ତାଙ୍କ ପତ୍ନୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ…

ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି

Posted by - May 26, 2022 0
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)ପ୍ରତିଯୋଗୀଙ୍କ ମଧ୍ଯରେ ସବୁଠୁ ସାନ ବୟସ (୭) ହେଲେବି ଜାତୀୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାର ଶିଶୁ ବିଭାଗରେ ଓଡିଶା ପାଇଁ ଟେକ ରଖିଛନ୍ତି ଯୁଯୋମୁରାର ୨…

ଲୋକୋ ପାଇଲାଟଙ୍କ ବିକ୍ଷୋଭ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେଲ ଡିଭିଜନ କାର୍ଯ୍ୟାଳୟ ବାହାରେ ଆଜି ଲୋକୋ ରନିଙ୍ଗ ପାଇଲାଟ ମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଵିକ୍ଷୋଭ ମାଧ୍ୟମରେ ଲୋକୋ ରନିଙ୍ଗ ପାଇଲାଟ…

ନୂଆପଡାଜିଲ୍ଲା ବ୍ୟାପି କଂଗ୍ରେସର ୬ଘଣ୍ଟିଆ ହରତାଳ

Posted by - November 12, 2021 0
ନୂଆପଡା:(ମେଘନାଦ ନାଏକ)ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆପଡା ଜିଲ୍ଲାରେ ମଧ୍ୟ କଂଗ୍ରେସ ପକ୍ଷରୁ ଶାନ୍ତିପୁର୍ଣ ପ୍ରତିବାଦ ପାଳନ କରାଯାଇଛି।ମମିତା ମେହେରଙ୍କୁ ନ୍ୟାୟଦାବି ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର…

ଭିନ୍ନକ୍ଷମ ଦଳିତ ପରିବାରକୁ ମିଳୁନାହିଁ ସରକାରୀ ଆବାସ

Posted by - August 11, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ସରକାରୀ ଆବାସ ପ୍ରଦାନ କ୍ଷେତ୍ରରେ କରାଯାଉଛି ପାତରଅନ୍ତର ।ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଆବସ ପ୍ରଦାନ କରାଯାଉଥିବାବେଳେ ବହୁ ଗରବ ପରିବାରଙ୍କୁ ମିଳୁନାହିଁ…