ଯାଜପୁର:୦୪/୦୧/୨୦୨୦ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି।ଆଜି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଅନେକ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।
ଏହାପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରି ଓ ଭଜା ଖାଇ ରାତ୍ରୀ ଯାପନ କରିଛନ୍ତି ପ୍ରଣବ । ଆସନ୍ତା କାଲି ସକାଳୁ ଉଠି ଗ୍ରାମ ସପେଂଇ କରିବାର କାର୍ଯ୍ୟକ୍ରମ ରହିଛି । ବିଧାୟକଙ୍କ ଏଭଳି ରାତ୍ରିଯାପନ ପଂଳରେ ସାଧାରଣ ଲୋକଙ୍କ ନିକଟତର ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ ବୋଲି ମତପ୍ରକାଶ ପାଇଛି ।
Facebook Notice for EU!
You need to login to view and post FB Comments!