ସମସ୍ତ ସ୍କୁଲ ରେ ଝୁଲିଲା ତାଲା , ଦ୍ଵିତୀୟ ଦିନରେ ସ୍କୁଲ ଶିକ୍ଷକ ଙ୍କ ଗଣଧାରଣା, ବିପର୍ଯ୍ଯସ୍ତ ଶିକ୍ଷା ବ୍ୟବସ୍ଥା

175 0

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି।କଳାହାଣ୍ଡି ଜିଲ୍ଲା ରେ ମଧ୍ଯ ୧୨୯୬ ବିଦ୍ୟାଳୟ ରେ ଗତ ୧୩.୯.୨୦୨୩ ତାରିଖ ଠାରୁ ତାଲାବନ୍ଦ କରି ଶିକ୍ଷକ ମାନେ ସମୁହ ଛୁଟି ଘୋଷଣା ପୂର୍ବକ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ଜିଲ୍ଲାର ଭବାନୀପାଟଣା, ଜୁନାଗଡ, ଧର୍ମଗଡ଼, ଗୋଲାମୁଣ୍ଡା, କର୍ଲାମୁଣ୍ଡା, ମଦନପୁର ରାମପୁର, ନର୍ଲା, ଲାଞ୍ଜିଗଡ, ଥୁଆମୂଳ ରାମପୁର, କଲମପୁର, କୋକସରା, ଜୟପାଟଣା ଆଦି ସମସ୍ତ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କାରୀ ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛନ୍ତି।

ଏ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ରେ ମଧ୍ଯ ୧୫୬ ସ୍କୁଲ ରେ ତାଲା ବନ୍ଦ କରି ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଂଘ ସଭାପତି ବିଜୟ କୁମାର ଯୋଷୀ, ସମ୍ପାଦକ ଲଲିତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାୟ ତିନିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ସ୍ଲୋଗାନ ଦେଇ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ ଯୋଜନା ଲାଗୁ ଆଦି ତିନି ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରହିଛି।

ପ୍ରମୋଦ କୁମାର ଠାକୁର, ଦିବାକର ପଟ୍ଟନାୟକ, ପ୍ରଫୁଲ୍ଲ ବେହେରା, ଦେବାନନ୍ଦ ବିଶ୍ଵାଳ, ଅଶୋକ କୁମାର ମୁଣ୍ଡ, ରମାକାନ୍ତ ମାଝୀ, ସିଦ୍ଧାର୍ଥ ମିଶ୍ର, ମାନସ ରଞ୍ଜନ ପଣ୍ଡା, ଦେବେନ୍ଦ୍ର ରାଉତ, ଅନନ୍ତ ନାରାୟଣ ପଣ୍ଡା, ଶ୍ରୀକାନ୍ତ ଦଳପତି, ରଶ୍ମୀତା ବେହେରା, ସସ୍ମିତା ନାଏକ,ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଙ୍କ ସମେତ ବ୍ଳକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ ଯୋଗୁଁ ଶିକ୍ଷା ବ୍ଯବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇ ପଡିଥିବା ବେଳେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ଯ ବନ୍ଦ ରହିଛି। ସରକାର ତୁରନ୍ତ ଦାବୀର ସମାଧାନ କରି ଶିକ୍ଷା ବ୍ୟବସ୍ଥା କୁ ନିୟମିତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Related Post

କଳାହାଣ୍ଡିରେ ମିଶ୍ରଣ ପର୍ବ, ବିଜେଡି ର ବିଶାଳ ସମାବେଶ

Posted by - November 9, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ବିଜେଡି ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଥିଲେ ହେଁ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ବିଜୁ ଜନତାଦଳର ମିଶ୍ରଣ…

ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳରେ ନୂଆଖାଇ ଲଗ୍ନ

Posted by - August 19, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ…

ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ସ୍ଥାୟୀ ହାଇ କୋର୍ଟ ବେଞ୍ଚ୍ ପ୍ରତିଷ୍ଠା କୁ ହାଇ କୋର୍ଟ ବାର ଆସୋସିଏସନ ର ବିରୋଧ

Posted by - May 22, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ହାଇ କୋର୍ଟ ର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ବିରୁଦ୍ଧରେ ଏକ ଏକ ପ୍ରସ୍ତାବ…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା,ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ

Posted by - April 1, 2020 48
ଭୁବନେଶ୍ୱର ୦୧।୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଯାଜପୁର ପୌରପାଳିକାର ଯୁବଶକ୍ତି କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ

Posted by - January 20, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର ଯୋଡିକୁଅ ଛକ ନିକଟରେ ଯୁବଶକ୍ତି କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…