Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

27 0

ହରଭଙ୍ଗା: ୧୩/୦୯ (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟାରେ ଉଦଜ୍ଜାପିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ କୃଷିଋଣ, ଫସଲ ବୀମା ଆଦି କୃଷି ସମ୍ପର୍କିତ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥିଭାବେ ସହକାରୀ କୃଷି ଅଧିକାରୀ ପୁରୁଷୋତ୍ତମ ସାହୁ, ଏ.ବି.ଡି.ଓ ସୁବାଷ ଚନ୍ଦ୍ର ଯାନୀ, ବ୍ଲକ ସଂସାଧନ କର୍ମୀ ରଂଜନ କୁମାର ପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାର ମାନଙ୍କୁ ଦିଗଦର୍ଶନ କରିବା ସହ ସରକାରଙ୍କ ସଚେତନତାର ବାର୍ତ୍ତା ଏବଂ ଏଥିରେ କଳାକାରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା ବକ୍ତବ୍ୟ ପ୍ରଦାନ କରିଥିଲେ

ଅନ୍ୟତମ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ହରଭଙ୍ଗା ଅବିନାଶ ପ୍ରଧାନ ମଧୁବାବୁ ପେନସନ ଯୋଜନା, ହରିଶ୍ଚନ୍ଦ୍ର ଯୋଜନାର ସଫଳ ବାର୍ତ୍ତା, ପଞ୍ଚାୟତ ହାଇସ୍କୁଲର ଖେଳ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ହକି କ୍ରୀଡାର ପ୍ରଚାର ପ୍ରସାର ଦିଗରେ କ୍ରୀଡା ଯୋଜନା, 5T ମାଧ୍ୟମରେ ବିଦ୍ୟାଳୟର ରୂପନ୍ତିକରଣ ବିଷୟରେ ବାର୍ତ୍ତା ରଖିଥିଲେ । ଜିଲ୍ଲା ସଂସାଧନ କର୍ମୀ ତଥା ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସରକାରଙ୍କ ଆଠଗୋଟି ଯୋଜନାର ସମ୍ପର୍କିତ ବାର୍ତ୍ତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ

ଲୋକଙ୍କ ପାଖରେ ପହଞ୍ଚେଇବାକୁ ଆହ୍ଵାନ କରିଥିଲେ ଏବଂ କଳାକାରଙ୍କୁ ଦେବଦୂତ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିଆର ସିଂହ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇ ପାଲା, ଦାସକାଠିଆ, ଘୋଡାନାଚ, ଫୋକନୃତ୍ୟ ଓ ସଙ୍ଗୀତ, କଳାକାରଙ୍କ ପାରିଶ୍ରମିକ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସଂସାଧନ କର୍ମୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି କଳାକାର ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ, ତଥା କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରସ୍ତୁତି ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ ।

ରାଜ୍ୟ ସଂସାଧନ କର୍ମୀ ତଥା ବୌଦ୍ଧ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ ପରିଡ଼ା ସମସ୍ତ କାର୍ଯ୍ୟକ୍ରମରେ ଦୁଇଦିନ ବ୍ୟାପୀ ସହଯୋଗ କରିବା ସହ କଳାକାରଙ୍କ ଉଦ୍ଦେଶ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସମସ୍ତ କାର୍ଯକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗା ଅବିନାଶ ପ୍ରଧାନ ଓ କନିଷ୍ଠ ସହାୟକ ସୁନୀଲ କୁମାର ମହାନ୍ତି ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରାତ୍ର ପ୍ରଧାନ, ଅରୁଣ ମେଣ୍ଡିଲି, ନିର୍ଗୁଣ ମହାକୁଡ, ବାଞ୍ଛାନିଧି ପ୍ରଧାନ, ମନୋରଞ୍ଜନ ସାହୁ, କରୁଣାକର ବଗର୍ତ୍ତୀ, ସୌମିତ୍ରି ମାଟିଆ ଓ ହରଭଙ୍ଗା ବ୍ଲକର ଅନେକ କଳାକାର ଉପସ୍ଥିତ ରହି ସହଯୋଗ କରିଥିଲେ

ପଦ୍ମିନୀ ସାହୁ, ପୁରୁଣାକଟକ କାର୍ଯ୍ୟକ୍ରମ ଆରମ୍ଭରେ ଭଜନ ପରିବେଷଣ କରିଥିଲେ । ତପସ୍ଵିନୀ ମେହେର, ମାହେଶ୍ଵରୀ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ବୀରନରସିଂହପୁର ଏବଂ ଅନ୍ୟ କଳାକାର ମାନେ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତାକୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵପ୍ନିତା ନାଏକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ପ୍ରଶିକ୍ଷଣ ଶିବିର, ଆଗକୁ କଳାକାରଙ୍କ କାର୍ଯ୍ୟକ୍ରମ ର ସଫଳତା ପାଇଁ ସୁଶ୍ରୀ ବଳିୟାର ସିଂହ ସମସ୍ତ କଳାକାରଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଓଡିଶା ମିଲେଟ ମିଶନ ରେ ଅନିୟମିତତା, ୱାସନ ନିୟନ୍ତ୍ରଣ କରୁଛି କଳାହାଣ୍ଡି କୃଷି ବିଭାଗ

Posted by - June 13, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି କୃଷି ବିଭାଗର ବ୍ୟାପକ ଅନିୟମିତତା ଯୋଗୁଁ ଭିଜିଲାନ୍ସ ଚଢାଉ ହୋଇସାରିଥିଲେ ହେଁ ଏ ଯାବତ୍ ପଶିନାହିଁ ବିଭାଗ…

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ

Posted by - October 16, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ରାଜ୍ୟରେ କ୍ରୀଡା ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ” football for all “କାର୍ଯ୍ୟକ୍ରମ ର ଚଳିତ ମାସ…

୨୦ ଫୁଟ କୂପ ରୁ ବୁଲା ଷଣ୍ଡ ଉଦ୍ଧାର

Posted by - July 4, 2023 0
ହରଭଙ୍ଗା :୪/୭(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ହରଭଙ୍ଗା ମେଡିକାଲ ଛକ ନିକଟରେ ଥିବା ଏକ ଖୋଲା କୂପ ରୁ ବୁଲା ଷଣ୍ଢ କୁ ଉଦ୍ଧାର କରାଯାଇଛି!ଘଟଣା ଅନୁସାରେ ମଙ୍ଗଳବାର…

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କୋଭିଡ ମହାମାରୀ ଆତଙ୍କ ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଛି ସ୍କୁଲ। ହସ ହସ ମୁହଁରେ ପୁଣି ନିଜ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହାପାଠୀ…