ବିଜୟ ମେମୋରିଆଲ ଫୁଟବଲ ପ୍ରତିଯୋଗିତା କୋକସରା କୁ ହରାଇ ଧର୍ମଗଡ ଚାମ୍ପିଅନ

245 0

ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଖେଳ ପଡିଆ ଠାରେ ଚାଲିଥିବା ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଆଜି ଉଦ ଯାପିତ ହୋଇ ଯାଇଛି । ମାଁ ଭଣ୍ଡାର ଘରଣୀ ଫୁଟ ବଲ୍ କମିଟି ଏବଂ ଧର୍ମଗଡ ଏନଏସି ର ମିଳିତ ଆୟୋଜନ ରେ ହେଉ ଥିବା ଏହି ପ୍ରତିଯୋଗିତା ର ଫାଇନାଲ ଖେଳ ରାଇଜିଂ ଷ୍ଟାର ଧର୍ମଗଡ ଓ ପିଏସ କଲେଜ କୋକସରା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ଧର୍ମଗଡ ଦଳ ୩-୧ ଗୋଲ ବ୍ୟବଧାନ ରେ କୋକସରା ଦଳ କୁ ହରାଇ ଚାମ୍ପିଅନ ହୋଇଥିଲେ । ଯଶୋବନ୍ତ ମାଝୀ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇ ଥିଲେ । ତାପସ ଦାସ, ଭାବେଶ ଗୋପାଲ, ସଞ୍ଜୀବ ଦୂର୍ଗା ଓ ସୁବ୍ରତ ବେହେରାଖେଳ ପରିଚାଳନା କରିଥିଲେ ।

ପୁରସ୍କାର ବିତରଣି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଇଓ ଗରୀବ ଦୀପ, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବିଧାୟକ ପ୍ରତିନିଧି ମାନସ ବାଗ, ସ୍ଵାଧୀନ ବାଗ,ଆଇନ ଜିବୀ ରାଜେନ୍ଦ୍ର ମୁନି, ସମାଜ ସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ,ପୂର୍ବତନ ବିଇଓ ଲୋକନାଥ ବେହେରା, ସାମ୍ୱାଦିକ ଅଂଶୁମାନ ପାତ୍ର, ବିରଞ୍ଚି ନାରାୟଣ ଜାଲ , ବୈଦ୍ୟନାଥ ବେହେରା ଓ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରି ଥିଲେ ।
କ୍ରୀଡା କମିଟି ସଭାପତି ଲକ୍ଷ୍ମୀ କାନ୍ତ ଧଙ୍ଗଡାମାଝି, କ୍ରୀଡା ଶିକ୍ଷକ ଅଭୟ ବାଗ, ସନ୍ତୋଷ ପାଣିଗ୍ରାହୀ, ବିକାଶ ଅଗ୍ରୱାଲ, ପ୍ରମୁଖ କ୍ରିଡ଼ା ଆୟୋଜନ ରେ ସହାୟତା କରି ଥିଲେ ।

Related Post

ନୂଆ ଆଲୋକ ତରଫରୁ ଶିଶୁ କ୍ରିଡାତାରକାଙ୍କୁ ସମ୍ବର୍ଦ୍ଧନା

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ବରୀ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପରିସରରେ ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଧର୍ମଗଡ ବସ୍ତିପଡା ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣା ଉଦଯାପିତ

Posted by - June 13, 2023 0
ଧର୍ମଗଡ:( ହେମନ୍ତ କୁମାର ମାଝୀ)ବସ୍ତିପଡା ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ର ଫାଇନାଲରେ ଜୁନିୟର ଇଲେଭେନ ଭର୍ସସେସ ସିନିୟର ଇଲେଭେନ କଡା ଟକର ,ବିଜୟ…

ବିଷମ କଟକ ମାଟିର ସନ୍ତାନ କ୍ରିକେଟ ସ୍ପିନର ପ୍ରତିଯୋଗିତା ଫାଇନାଲରେ ସ୍ଥାନ ହାସଲ

Posted by - June 4, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ )ଚଳିତ ୫ ତାରିଖ ରେ କଟକ ବାରବାଟୀ ଷ୍ଟେଡିୟମରେ ସ୍ପିନର ପ୍ରତିଜଗୀତା ରେ ଖେଳିବେ,ରାୟଗଡ଼ା ଜିଲ୍ଲାର ପ୍ରଥମ ଖେଳାଳି ବାରବାଟୀ ରେ ଖେ…

ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ରେ ସ୍ଥାନ ପାଇଲେ ଓଡ଼ିଶାର ଆଠ ଜଣ ଖେଳାଳି

Posted by - December 29, 2021 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ…

ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 26, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି…