ମହିଳା ଙ୍କର ଛାତରୁ ପଡ଼ି ମୃତ୍ୟୁ

753 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲାର ବରୀ ବ୍ଲକ ର ବିଂଝାରପୁର ଥାନା ଅନ୍ତର୍ଗତ ଭଅଁରା ପଂଚାୟତ ର ବରୀଲୋ ଗ୍ରାମର ଜଣେ ମହିଳା ଙ୍କର ଛାତରୁ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବିଂଝାରପୁର ଥାନା ଅନ୍ତର୍ଗତ ବରିଲୋ ଗାଁର ଅରୁଣ ସ୍ୱାଇଁଙ୍କ ପତ୍ନୀ ଜୟନ୍ତୀ ସ୍ୱାଇଁ (୪୨)ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଭୟଭୀତ ହୋଇ ଜୟନ୍ତୀ ଦୌଡ଼ି ପଳାଇ ଆସୁଥିବା ବେଳେ ଛାତରୁ ତଳକୁ ଖସିପଡ଼ିଥିଲେ।

ଜୟନ୍ତୀ ତଳେ ପଡ଼ିଥିବାର ଦେଖି ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଜୟନ୍ତୀଙ୍କର ମୃତ୍ୟୁକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସେହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ମାଙ୍କଡ଼ମାନଙ୍କର ଉପଦ୍ରବ ଏବଂ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଗୁଜୁରାତି ସମାଜ ପକ୍ଷରୁ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଜଳାରାମ ଜୟନ୍ତୀ ପାଳିତ

Posted by - November 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗୁଜୁରାତି ସମାଜର ଆରାଧ୍ୟ ଦେବତା ହେଲେ ପ୍ରଭୂ ଜଳାର।ମ। ଗୁରୁବାର ଦିନ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଥିବା ପ୍ରଭୂ ଜଳାର।ମଙ୍କ ମନ୍ଦିରରେ ପୂଜାର୍ଚ୍ଚନା…

ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ

Posted by - December 22, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଭାବରେ କୁମୁଦ ରଞ୍ଜନ ମେହେର ହେଟ୍ରିକ ଓ…

ଖପ୍ରାଖୋଲ ରେ ସିଆରପିଏଫ ର ସ୍ଥାପନା ଦିବସ ପାଳିତ

Posted by - March 4, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ସିଆରପିଏଫ ୧୮୯ ବ୍ଯାଟେଲିଏନ କାର୍ୟ୍ଯାଲୟ ପରିଷରରେ ସିଆରପିଏଫ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ୟ୍ଯକ୍ରମ ରେ…

ଦୀପକ କୁମାର ନନ୍ଦଙ୍କୁ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ

Posted by - May 1, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ, ବଡ଼ପଡା ଗ୍ରାମର ପ୍ରଭାତ କିରଣ ନନ୍ଦଙ୍କ ପୁତ୍ର ଦୀପକ କୁମାର ନନ୍ଦଙ୍କୁ ମୁମ୍ବାଇ ସ୍ଥିତ ଟାଟା…

ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

Posted by - May 25, 2021 0
ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି ।…

Leave a comment

Your email address will not be published.