୧୫ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା,ସମର୍ଥନରେ ବସିଲେ ସ୍ଵୟଂ ସହାୟକ ଗୋଷ୍ଠୀ

243 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)”ଜିଲ୍ଲା ନାହିଁ ତ ଭୋଟ ନାହିଁ” ସ୍ଲୋଗାନ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୧୫ ତମ ଦିବସରେ ଗର୍ଜିଲେ ମାଆ ମାନେ।ଆଜି ଧର୍ମଗଡ,କୋକସରା ଓ ଜୟ ପାଟଣା ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ ସଦସ୍ୟା ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ।

ଦଣ୍ଡପାଟ ଅଞ୍ଚଳର ଟାଣୁଆ ମହିଳା ନେତ୍ରୀ ପୁର୍ବତନ ସରପଞ୍ଚ ରମଣୀ ଦୁରିଆ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଲୋଚନା ବିଶି ଓ ମହିଳା କଂଗ୍ରେସ ର ଧର୍ମଗଡ ବ୍ଲକ ସଭାନେତ୍ରୀ ରୁକ୍ମଣୀ ପାଣିଗ୍ରାହି ଙ୍କ ନେତୃତ୍ବରେ ଆଦ୍ୟାସା ଟ୍ରଷ୍ଟ ର ଅଧ୍ୟକ୍ଷା ରୀନା ଭୋଇ,ଜୟପାଟଣା ସୁପ୍ରଭା ସତନାମୀ, ଅରେବେଡା ର ନେତ୍ରୀ ବୈଦେହି ପାଣିଗ୍ରାହି, କୋକସରା ସ୍ଵୟଂ ସହାୟକ ଗୋଷ୍ଟି ର ମହେନ୍ଦ୍ରି ମାଝୀ, ତୁଳା ନାଏକ କ୍ଷୀର ନାଏକ ସ୍ୱାଗତିକା ନାଏକ, ମାଳତୀ ନାଏକ, ରିତା ଗହିର ସମେତ କୁଟ୍ରୁ ର ଓପନ ଡାଏରୀ, ମା ସନ୍ତୋଶୀ, ମହାଲକ୍ଷ୍ମୀ, ମାଆ ଦୁର୍ଗା, ସର୍ଗୀଗୁଡ଼ାର ସରସ୍ୱତୀ, ରଙ୍କା ବାହାଲ ର ମା ମାଣିକେଶ୍ଵରୀ ପଟେଲ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ଧାରଣା ରେ ବସି ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ। “ଧର୍ମଗଡ କୁ ଜିଲ୍ଲା ନାହିଁ ତ ଭୋଟ ନାହିଁ ଓ ଭୋଟ ବର୍ଜନ କରାଯିବ” ବୋଲି ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ନାରା ଦେଇଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ରତନ ନାଏକ, ସନ୍ତୋଷ ପାଢ଼ୀ, ସୁବାସ ଚନ୍ଦ୍ର ପାଣିଗ୍ରାହି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ମୁଣ୍ଡ ଗଣ ଧାରଣା ସ୍ଥଳରେ ଯୋଗ ଦେଇ ଧର୍ମଗଡ ଜିଲ୍ଲା ଦାବୀ ଯଥାର୍ଥ ବୋଲି ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୧୫ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

Related Post

କଣ୍ଟାବାଞ୍ଜି ବିଧାୟକଙ୍କ ଚୁଲିଫୁଙ୍କା ଗ୍ରାମ ଗସ୍ତ

Posted by - June 16, 2023 0
ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଚୁଲିଫୁଙ୍କା ଗ୍ରାମକୁ ଗସ୍ତ କରିବା ସହ ଜଗନ୍ନାଥ ଭଗବାନଙ୍କୁ ପାଟ ବସ୍ତ୍ର ପ୍ରଦାନ କରିଥିଲେ…

ଯାଜପୁର କୁ ବାହାରୁ ଆସିବେ ୫୦ ହଜାର ,ପଞ୍ଜୀକୃତ କରିଲେଣି ୩୨ ହଜାର

Posted by - April 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ ଅଦ୍ୟାବଧି ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତମାନ ଜଣେ…

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଯାଜପୁର ଡଙ୍କାରି ଗସ୍ତ

Posted by - February 20, 2019 16
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା…

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ

Posted by - January 12, 2023 0
ମୁନିଗୁଡା:(ରମାକାନ୍ତ ପଡାଲ)ପବିତ୍ର ସନାତନ ହିନ୍ଦୁ ଧର୍ମ ଉପରେ ଦିନେ ବିଶ୍ବ ସମ୍ମିଳନୀ ରେ ବିଚାର ରଖି ବିଶ୍ବବିଖ୍ୟାତ ହୋଇଥିବା ମହାମାନବ ସ୍ବାମି ବିବେକାନନ୍ଦ ଙ୍କ ପବିତ୍ର ଜନ୍ମ…