ଖପ୍ରାଖୋଲ :୦୯/୦୯(ତାପସ ରଞ୍ଜନ ବେହେରା) ସାରା ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଗଠନ ତରଫରୁ ବିଭିନ୍ନ ଦାବୀରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇଥିବା ବେଳେ ଖପ୍ରାଖୋଲ ବ୍ଲକ୍ ଆଦର୍ଶ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ମଧ୍ୟ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ ରେ ସାମିଲ ହୋଇଥିଲେ ।
ଦାବୀ ଗୁଡ଼ିକ ମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିୟମ କ୍ରମଙ୍କ ସଂଖ୍ୟା ୧୫ ରୁ ୧୯ କୁ ସଂଶୋଧନ , ସରକାରୀ ଏଚ ଆର ଏମ ଏସ ର କାର୍ଯ୍ୟକ୍ଷମ ସହ ସରକାରୀ କର୍ମଚାରୀ ର ମାନ୍ୟତା , ଦିବଂଗତ କର୍ମଚାରୀ ଙ୍କ ପରିବାରକୁ ସୁବିଧା ସୁଯୋଗ ପ୍ରଦାନ ସହ ଥଇଥାନ ବ୍ୟବସ୍ଥା ଗୁଡ଼ିକ ରହିଥିବା ଜଣା ଯାଇଛି ।
ଏହି ଅବସର ରେ ବିଦ୍ୟାଳୟ ଅଧ୍ୟକ୍ଷା ଦମୟନ୍ତୀ ମହାରଣା , ମଧୁସ୍ମିତା ଦାଶ , ପ୍ରତାପ ରୁଦ୍ର ବିଶି, ଧର୍ମରାଜ୍ ସାହୁ, କେତନିକା ସିଂ , ବିକାଶ କୁମାର ସାହୁ ସମେତ ଅନ୍ୟ ମାନେ ସାମିଲ ହେଇଥିଲେ ।