ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣ ଧାରଣା ଦ୍ୱିତୀୟ ଦିନ ରେ ପହଂଚିଛି।
ଦ୍ୱିତୀୟ ଦିନ ଧାରଣା ରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ କୁମୁଦ ଚନ୍ଦ୍ର ପ୍ରଧାନ,କାର୍ଯ୍ୟକାରୀ ସଭାପତି ଶ୍ରୀ ସାଧୁ ଚରଣ ଦେହୁରୀ, ଉପଦେଷ୍ଟା ଶ୍ରୀ ବିରଞ୍ଚିନାରାୟଣ ପ୍ରଧାନ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ,ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ସମ୍ପାଦକ ଶ୍ରୀ ମହେଶ ସେଠୀଙ୍କ ନେତୃତ୍ୱରେ ଶନିବାର ଦିନ ର ଗଣ ଧାରଣାରେ ହରଭଙ୍ଗା ବ୍ଲକ ର ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ଥିଲେ।
ସରକାର ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷକ ସଂଘ ର ତିନି ସମ୍ବଳିତ ଦାବିପତ୍ର ପୂରଣ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ଓ ଆଗକୁ ଆନ୍ଦୋଳନା ତ୍ମକ ଧାରଣା ତୀବ୍ର ତର ହେବ ବୋଲି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି!