Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କାଶୀପୁର ଠାରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳିତ

280 0

କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ଅନ୍ତର୍ଜାତୀୟ ଶିକ୍ଷା ଦିବସ ଧୁମଧାମରେ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି,ଉପଧକ୍ଷା କୁନି କୁମାରୀ ନାଏକ , ସମିତି ସଭ୍ୟାକାଶୀପୁର ସୁମିତ୍ରା ନାଏକ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ କୁମାରୀ ଦୀପ୍ତି ମୟୀ ସିଂ ,ଅତିରିକ୍ତ ଶିକ୍ଷା ଅଧିକାରୀ କୁଳ ରଞ୍ଜନ ସୁନା ପ୍ରମୁଖ ଙ୍କ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷା ଜନିତ ସଚେତନତା ପ୍ଲା କାର୍ଡ ଧରି ସହର ପରିକ୍ରମା କରି ଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟ ରେ ପହଞ୍ଚି କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦ୍ବୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କାଶୀପୁର ଉଚ୍ଚ ବିଦ୍ୟାଳୟ ଏବଂ ଲାକରିସ ଆବାସିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ବେଶ ଭୁସା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ନାଚ/ଗୀତ ପରିବେଷଣ କରିଥିଲେ।

ସେହିପରି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା କୁମାରୀ ସିଂ ତଳଦିନରେ ଅଞ୍ଚଳରେ ଥିବା ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନ ର ଶିକ୍ଷା ର ଅଗ୍ରଗତି ପୁଣି ଭବିଷ୍ୟତ ରେ ଶିକ୍ଷା ର ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ । ପୁଣି କାଶୀପୁର ଭଳି ଅପହଞ୍ଚ ଅଞ୍ଚଳ ରେ ଶିକ୍ଷା ର ପ୍ରଗତି ପଥ ରେ ଥିବା ବର୍ତ୍ତମାନ ର କିଛି କୃତିତ୍ୱ ଥିବା ଜାତୀୟ ଓ ରାଜ୍ୟ ସ୍ତରର ବିଦ୍ୟାର୍ଥୀ ଓ ଅଧିକାରୀଙ୍କର ଉଦାହରଣ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ଅରୁଣ ନାଏକ ସମ୍ପୁର୍ଣ୍ଣ ଭାବେ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ବୈଦ୍ୟ ,ଅରୁଣ ଆଚାର୍ଯ୍ୟ ସହଯୋଗ କରିଥିଲେ ।

 

Related Post

ଘରୋଇ ବସ ଦୁର୍ଘଟଣା

Posted by - January 19, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା ବଲାଙ୍ଗୀର୫୭ନମ୍ବର ଜାତୀୟ ରାଜପଥ କରଡାକୋଠା ଠାରେ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇ ୪ ଜଣ ଆହତ ହୋଇଥିବା ବେଳେ…

ଦାଦନ ରୋକିବା ପାଇଁ ମନରେଗା ଯୋଜନା

Posted by - May 17, 2022 0
ବଙ୍ଗୋମୁଣ୍ଡା :-(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷାଗୁଡା ଗ୍ରାମପଞ୍ଚାୟତ ର ମନରେଗା କାମର ତଦାରଖ କଲେ ସରପଞ୍ଚ କୁମାରୀ ପୁଷ୍ପାଞ୍ଜଳି ଛୁରା । କିଭଳି…

କେସିଙ୍ଗା ଥାନା ସମ୍ନାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ,ଦୁଇ ଜଣେ ମୃତ ଦୁଇ ଗୁରୁତର

Posted by - May 3, 2022 0
କେସିଙ୍ଗା:(ପୀତେଶ ପଟେଲ) ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ କେସିଙ୍ଗା ଥାନା ସମ୍ନାରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l 18 ଚକିଆ ଟ୍ରକ ନମ୍ୱର୍…

ପିକ୍ ଅପ୍ ଭ୍ୟାନ- ବାଇକ୍ ମଧ୍ୟରେ ଧକ୍କା ,ଜଣେ ମୃତ ଦୁଇ ଆହତ

Posted by - May 27, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧୀନସ୍ଥ ପଲମ ଫାଣ୍ଡି ଖଇରମାଳ ଛକ ନିକଟରେ OR 08B 7721 ନମ୍ଵର୍…

ଲୋକଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ରାଲି ଓ ପଥପ୍ରାନ୍ତ ନାଟକ

Posted by - December 11, 2021 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ବିଦ୍ୟୁତ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଟିଟିଲାଗଡ଼ OPTWDL ତରଫରୁ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ପଦାଧିକାରୀଙ୍କ ସହ କର୍ମଚାରୀ ମାନେ…