ସୁବର୍ଣ୍ଣପୁର ରେ ନୁଆଁଖାଇ ଲଗ୍ନ ବାହାରିଲା

29 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୁଆଁ ଖାଇ ଲଗ୍ନ ସହର ର ବଡ ଜଗନ୍ନାଥ ମନ୍ଦିର ପରିସର ମୁକ୍ତି ମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର କରାଯାଇଛି l ଚଳିତ ବର୍ଷ ସେପ୍ଟେମ୍ବର ୨୦  ତାରିଖ ବୁଧବାର ଦିନ ୧୦.୩୬  ମିନିଟ ରୁ ୧୦.୫୦  ମିନିଟ ମଧ୍ୟେ ବିଛା ଲଗ୍ନ ରେ ନୁଆଁ ଖାଇବା ପାଇଁ ସମୟ ରହିଛି l

ଏହା ସହିତ ସକାଳ ୮  ଘଣ୍ଟା ୩୦  ମିନିଟ ରୁ ୯  ଘଣ୍ଟା ୩୦  ମିନିଟ ମଧ୍ୟେ ସମଲେଶ୍ୱରୀ ମନ୍ଦିର ରୁ ବିରାଟ ପଟୁଆର ରେ ମାଁ ଶୁରେଶ୍ବରୀ ଙ୍କ ପାଇଁ ପାହୁର ଯାତ୍ରା ବାହାରିବ ଓ ଅଷ୍ଟ ଚଣ୍ଡୀ ଙ୍କ ସହିତ ଅଷ୍ଟ ବିଷ୍ଣୁଙ୍କ ଠାରେ ଲାଗି ହେଲା ପରେ ନିଜ ନିଜ ଇଷ୍ଟଦେଵୀ ଓ ସାଧାରଣ ଜନତା ନବାନ୍ନ ଭକ୍ଷଣ କରିବେ l ସୁବର୍ଣ୍ଣପୁର ସହର ର ଇଷ୍ଟଦେବୀ ମାଁ ଶୁରେଶ୍ବରୀ ଙ୍କ ନାମ ଅନୁସାରେ ଶତ ଭିକ୍ଷା ନକ୍ଷତ୍ର ଓ କୁମ୍ଭ ରାଶି କୁନେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ବାହାର କରାଯାଇ ଥାଏ l ଚଳିତ ବର୍ଷ ଜ୍ୟୋତିର୍ବିଦ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ନଗ୍ନ ନିର୍ଘଣ୍ଟ କରିଥିଲେ l

 

Related Post

ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

Posted by - April 24, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ପଞ୍ଚାୟତରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ କରାଯାଇଛି । ବ୍ଲକ କୃଷି ଅଧିକାରୀ ହେମନ୍ତ…

ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇ ଯୁବକ ନିରୁଦ୍ଧିଷ୍ଟ,ଚିନ୍ତାରେ ପୁରା ପରିବାର

Posted by - April 22, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ))ଦାଦନ ଖଟିବାକୁ ଯାଇ ଯୁବକ ନିରୁଦିଷ୍ଟ .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମରେ ଘଟିଛି ଏଭଳି ଘଟଣା!ଆଜକୁ 6ଦିନ ହେଲା ଘରର ପରିବାର…

ତରଭା ଅଞ୍ଚଳରେ ଆମ ପୋଲିସ ସମିତି ର ଯୋଗ ପ୍ରସାର ଉଦ୍ୟମ

Posted by - December 18, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ସରଧାପାଲି ଯୁବକ ସଂଘ ଆମ ପୋଲିସ ସମିତି ତରଭା ଆନୁକୂଲ୍ୟରେ ସରଧାପାଲି ଗାଁ ର ଖେଳ ପଡିଆ ରେ ତିନି ଦିନିଆଁ…

ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା,ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ

Posted by - February 19, 2020 0
ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ…

ଶିକ୍ଷକ ନିଯୁକ୍ତି ପାଇଁ ଡିଇଓ ଅଫିସ ରେ ଝୁଲିଳା ତାଲା

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନିଜ ଗ୍ରାମର ହାଇସ୍କୁଲ ରେ ଶିକ୍ଷକ ନିଯୁକ୍ତି ପାଇଁ ତାତିଲେ ଅଭିଭାବକ । ଏକାସାଥିରେ ଗ୍ରାମବାସୀ ,ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନେ…