ଖପ୍ରାଖୋଲ: ୮/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଓଡିଶା ମିଲେଟ ମିଶନ ତରଫରୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ମିଲେଟ ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ସଂଯୋଜକ ଉମେଶ ଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ମାନେ ନିଜ ଦ୍ଵାରା ପ୍ରସ୍ତୁତ ସୁସ୍ବାଦୁ ମିଲେଟ ଦ୍ଵାରା ପ୍ରସ୍ତୁତ ପ୍ରଦର୍ଶିତ କରିଥିଲେ। ଭଳିକି ଭଳି ସ୍ଵାଦିଷ୍ଟ ମିଷ୍ଟାନ୍ନ, ଖାଦ୍ୟ ସାମଗ୍ରୀ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବିଡ଼ିଓ ବିଜୟ କୁମାର ହୋତା, ସମ୍ମାନିତ ଅତିଥି ରୂପେ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ କୃଷି ଅଧିକାରୀ ସୁମନ୍ତ କୁମାର ଖମାରୀ, ଦିନବନ୍ଧୁ ବେହେରା, ୱାସନ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ସୁଶ୍ରୀ ସମ୍ବିଧା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ପାରମ୍ପାରିକ ପଦ୍ଧତିରେ ଶହ ଶହ ବର୍ଷ ତଳୁ ଚାଷୀ କୁଦ, ମାଣ୍ଡିଆ, ଗୁର୍ଜି, କାଂଗୁ, ବାଜରା ଭଳି ମିଲେଟ ଜୈବିକ ଉପାୟରେ ଚାଷ କରି ଆସୁଥିବା ବେଳେ ପୋଷ୍ଟିକ ଖାଦ୍ୟ ଖାଇ ନିରୋଗ ରହୁଥିଲେ।
କିଛିବର୍ଷ ହେଲା ଚାଷ କମିଯିବାରୁ ମିଲେଟ ମିଶନ ମାଧ୍ୟମରେ ଏହା କୁ ପ୍ରୋତ୍ସାହିତ କରାଯାଉ ଥିବା ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ଖାଦ୍ୟ ର ବିଚାରକ ଭାବେ ଏ ଫି ଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ, ତାପସ ବେହେରା ,ଏସ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ଖାଦ୍ୟ ପ୍ରଦର୍ଶନୀ ରେ ପ୍ରଥମ ତେଲେନପାଲି ଗାଁ ର ମୋତି ମାଝୀ , ଦ୍ଵିତୀୟ ଚଚରାଭଟା ଗାଁ ରେ ମାଳତୀ ନାଏକ, ତୃତୀୟ ସାଲେପାଳି ଗାଁ ର ଅଞ୍ଜଳୀ ବାଗ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୋଜରାଜ ବରିହା, ବାସନ୍ତୀ ମୁଣ୍ଡା, ପୁରନ୍ଦର ବଞ୍ଛୋର୍, ଗଣେଶ ବଞ୍ଛୋର, ଫକୀର ସାହୁ, ସଦାନନ୍ ବାଗ ସମେତ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।