ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

267 0

କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଶିଶୁ ମନ୍ଦିର ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀ ସଂଜିବ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବିବିଧ କ୍ଷେତ୍ର ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ତଥା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସଦସ୍ୟା ଶ୍ରୀମତୀ ପ୍ରଣିତା ନାୟକ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଯୋଗେଶ୍ୱର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବ ପାଳନ ର ମହତ୍ୱ ଉପରେ ମାର୍ଗଦର୍ଶନ କରିବା ସହିତ ଶିଶୁ ମାନଙ୍କ ମନରେ ଦେଶ ଭକ୍ତି ଭାବନାକୁ ଜୀବନ ର ଶ୍ରେୟ କରାଇବା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ସଞ୍ଚାରିତ ଅମୃତ ଧାରା ପରି ଏହି ଭବ୍ୟ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଧିର କୁମାର ନେଗୀ ଉପସ୍ଥିତ ରହି ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ।

ଉପସ୍ଥିତ ପରିଚାଳନା ସମିତି ର କାର୍ଯ୍ୟ କର୍ତ୍ତାମାନେ ନିଜ ବକ୍ତବ୍ୟରେ ଆଜିର ଉତ୍ସବ ର ମହତ୍ୱ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଉତ୍ସବ ରେ ଶିଶୁ ପ୍ରାରମ୍ଭ ,ଶିଶୁ ବୋଧ ଓ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କୃଷ୍ଣ ଵେଶରେ ଉପସ୍ଥିତ ରେ ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହୋଇଥିଲା। ପବିତ୍ର ବାତାବରଣ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା।

ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବେଶ ରେ ପ୍ରଦର୍ଶନ ରେ ଯୋଗଦାନ କରିଥିବା ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବ କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳିତ କରିଥିଲେ।ଶେଷରେ ବିଦ୍ୟାଳୟ ଗୁରୁଜୀ ଶ୍ରୀ ଶ୍ରୀକାନ୍ତ ରାଉତ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅତିଥି ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Related Post

ଦଳ ଡିଆଁ ମାନଙ୍କୁ ବିରୋଧ କାଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ

Posted by - April 1, 2019 93
ଯାଜପୁର:୩୧/03 ହିନ୍ଦତ୍ୱକୁ ବିରୋଧ କରୁଥିବା ବହୁ ନେତା ଏବେ ବିଜେପି ଦଳରେ । ଯାହାକୁ ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ । ଯାଜପୁର…

ବିଂଝାରପୁର ଥାନା ଅନ୍ତର୍ଗତ କଏଣା-ରଘୁନାଥପୁର ପଂଚାୟତ ଦାସ ସାହିରେ ଗଣ୍ଡଗୋଳ

Posted by - December 31, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ କଏଣା-ରଘୁନାଥପୁର ପଂଚାୟତ ଦାସ ସାହିରେ ଗଣ୍ଡଗୋଳ । ଜଣେ ଯୁବକ ଆହତ ହୋଇ ଡାକ୍ତରଖାନା ରେ…

ହରଭଙ୍ଗା ଲୋକ ମହାତ୍ସବ ର ତୃତୀୟ ସନ୍ଧ୍ୟା

Posted by - January 30, 2023 0
ହରଭଙ୍ଗା :୨୮/୦୧(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ…