Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜଗନ୍ନାଥ ସଡ଼କ ଶୋଚନୀୟ,ଅଭିନଵ ଉପାୟରେ ପ୍ରତିବାଦ,ରାସ୍ତା ରେ ଲଗାଇଲେ ଧାନ ଓ କାଦୁଅ ରେ ବସିଲେ ଜନତା

20 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବହୁପୁରାତନ ଜଗନ୍ନାଥ ସଡ଼କ ଏବେ ଶୋଚନୀୟ!ନୂତନ ନିର୍ମାଣ ଧୀନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ କୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତା କୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି!

ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଗୁହାରି କରିବା ସହିତ ବହୁ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ରାସ୍ତା ରମରାମତି କିମ୍ବା ପୁନଃ ନିର୍ମାଣ ହୋଇ ନ ପାରିବାରୁ ଗୋଟିଏ ସପ୍ତାହ ହେଲା ଉକ୍ତ ସ୍ଥାନରେ ବହୁ ମାଲ ବାହି ଟ୍ରକ ଫସିବା, ଆମ୍ବୁଲାନ୍ସ ଯାଇନପରିବା, ଦୁର୍ଘଟଣା ଘଟିବ ଓ ସରକାରୀ ବସ ଫେରିଯିବା ଭଳି ଘଟଣା ଘଟି ଆସୁଛି!

ଏହାର ପ୍ରତିବାଦ ରେ ଆଜି ସ୍ଥାନୀୟ ଅଂଚଳ ର ସାଧାରଣ ଜନତା ଓ ବିଜେପି କର୍ମୀ ତଥା ପୂର୍ବତନ ଜିଲ୍ଲପାରିଷଦ ପ୍ରାଥୀ ଅରୂପା ଦିପ ଏକ ଅଭିନଵ ପ୍ରତିବାଦ ରେ କାଦୁଅ ରାସ୍ତାରେ ଧାନ ତଳି ଲଗାଇ, ଜାତୀୟ ପତାକା ଧରି କାଦୁଅ ରେ ବସି ରହିଛନ୍ତି!ଯେତେଦିନ ପର୍ଯ୍ୟନ୍ତ ଏହି ରାସ୍ତର ସମାଧାନ ନ ହେବ ସେତେଦିନ ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲୁ ରହିବ ଓ ପ୍ରତିବାଦ ରେ ଯଦି କାହାର କଣ କ୍ଷତି ହୁଏ ଜିଲ୍ଲା ପ୍ରଶାସନ ଏହାର ଦାୟୀ ହେବେ ବୋଲି ବିଜେପି ନେତା ଅରୂପା ଦୀପ କହିଛନ୍ତି l

Related Post

ନବରଙ୍ଗପୁର ପୌର ନିର୍ବାଚନରେ ବାଜି ମାରିନେଲା ବିଜେପି

Posted by - March 27, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୌର ନିର୍ବାଚନ ରେ ନବରଙ୍ଗପୁର ପୌର ଅଧ୍ୟକ୍ଷ ରେ ବାଜିମାରିଲା ବିଜେପି ପାର୍ଥି କୁନୁ ନାୟକ ତେବେ ନବରଙ୍ଗପୁର ପୌର…

୫୭ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଗୋରୁ ଚାଲାଣ , ପ୍ରଶାସନ ଓ ପୋଲିସ ନୀରବ ଦ୍ରଷ୍ଟା

Posted by - June 13, 2023 0
ଗୋରୁ ଚାଲାଣ ବନ୍ଦ ପାଇଁ ଥାନା ରେ ଅଭିଯୋଗ କଲା ଶ୍ରୀରାମ ସେନା ହରଭଙ୍ଗା: ୧୨/୦୬ (ଚିତ୍ତରଞ୍ଜନ ସିଂହ) ବର୍ତମାନ ଅସହ୍ୟ ତାତି, ଲୋକେ ଦିନ ଆଠଟା…

ବିଖ୍ୟାତ ଗାୟିକା ଆଶା ଭୋଶଲେ ଗାଇଲେ “ବନ୍ଦେ ଉତ୍କଳ ଜନନୀ “

Posted by - May 30, 2020 0
ଭୁବନେଶ୍ବର :କୋଭିଡ଼ ଯୁଦ୍ଧରେ ନିଜ ଜୀବନକୁ ବିପଦରେ ପକାଇ ସଂକ୍ରମଣ ରୋକିବା ପାଇଁ ଦିନରାତି ଏକ କରି ଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଓ…

ଟିଟିଲାଗଡ ଜିବନବୀମା କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

Posted by - March 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟକୁ ଓହ୍ଲାଇଥିବା ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଡାକରା ରେ ସାମିଲ ହୋଇଛି ଜୀବନ ବୀମା ତୃତୀୟ ଶ୍ରେଣୀ କର୍ମଚାରୀ…